ଅଗ୍ରଣୀ ଇଂରାଜୀ ମାଧ୍ୟମିକ ଶିକ୍ଷାନୁଷ୍ଠାନ,ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲରେ ପାଳିତ ହେଲା ୮୦ତମ ସ୍ଵାଧୀନତା ଦିବସ ଉତ୍ସବ

4

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ: ଭଞ୍ଜନଗର ସହରର ସୁନାମଧନ୍ୟ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ରେ ମହା ଆଡ଼ମ୍ବରରେ, ଆକର୍ଷଣୀୟ, ଉତ୍ସାହ ଉଦ୍ଦୀପନା ରେ ପାଳିତ ହେଲା ୮୦ତମ ସ୍ବାଧୀନତା ଦିବସ । ଏହି ପବିତ୍ର ଭବ୍ୟ ଓ ମହାନ୍ ଦିବସ ଅବସରରେ ବିଦ୍ୟାଳୟ ପ୍ରାଙ୍ଗଣରେ ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଏକତ୍ରିତ ହୋଇଥିଲେ । ଏହି ସ୍ଵାଧୀନତା ଦିବସ କାର୍ଯ୍ୟକ୍ରମରେ ଭଞ୍ଜନଗର ଏସ୍.ଡି.ପି.ଓ ଡ଼. ଦୀପକ କୁମାର ମିଶ୍ର , ମୁଖ୍ୟ ଅତିଥ୍ ଭାବରେ ଯୋଗଦାନ କରି ପତାକା ଉତ୍ତୋଳନ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଉଦ‌ବୋଧନ ମାଧ୍ୟମରେ ଉତ୍ସାହିତ କରିଥିଲେ। ପ୍ରଥମେ ମୁଖ୍ୟ ଅତିଥି ଙ୍କୁ ସ୍କୁଲ ପ୍ୟାରେଡ୍ ରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ଅଭ୍ୟର୍ଥନା ସହିତ ପାଛୋଟି ଆଣିଥିଲେ। ପରେ ପରେ ବନ୍ଦେ ମାତରଂ ଓ ଜନଗନମନ ଜାତୀୟ ସଙ୍ଗୀତ ଗାନ ହୋଇ ଜାତୀୟ ପତାକା ତ୍ରିରଙ୍ଗା ପତାକା କୁ ଉତ୍ତୋଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଡ଼. ସୁଧୀର ଶଙ୍କର ପଣ୍ଡା ଏବଂ ଶ୍ରୀମତୀ ଗୀତାଞ୍ଜଳି ପରିଡ଼ାଙ୍କ ତତ୍ତ୍ବାବଧାନରେ ପରିଚାଳିତ ହୋଇଥିଲା । ବିଦ୍ୟାଳୟର ପ୍ରିନ୍ସିପାଲ ମହୋଦୟା ଶ୍ରୀମତୀ ସୁନନ୍ଦିନି ସାହୁ ପିଲାମାନଙ୍କୁ ଶିକ୍ଷଣ ମୂଳକ ଏବଂ ରୋଚକ ମୂଳକ ତଥ୍ୟ ଆଧାରିତ ଅଭିଭାଷଣ ପ୍ରଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସ୍ଵାଧୀନତା ଦିବସ ପାଳନ ଅବସରରେ ସ୍କୁଲ ର ଅନେକ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଯେପରିକି କୈ।ତୁକିଆ ପୋଷାକ, ଏକକ ଅଭିନୟ, ଦେଶାତ୍ମବୋଧକ ଦଳ ଗତ ନୃତ୍ୟ ସମସ୍ତ ଙ୍କୁ ବିମୋହିତ କରିଥିଲା। ଏଥି ସହିତ ଦେଶଭକ୍ତି ମୂଳକ ଗୀତ,କବିତା, ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା। ବିଦ୍ୟାଳୟରେ ବକୃତା, ଚିତ୍ରାଙ୍କନରେ ଭାଗ ନେଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ତତ୍ ସଙ୍ଗେ ସଙ୍ଗେ ପ୍ୟାରେଡ୍ ରେ ଭାଗ ନେଇଥିବା ଛାତ୍ର ଛାତ୍ରୀମାନେ ମଧ୍ୟ କୃତିତ୍ୱ ଅର୍ଜନ କରିଛନ୍ତି। ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କେ.ଶଙ୍କର ଆଚାରୀ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟ ପରିସମାପ୍ତି କରିଥିଲେ ।

Leave A Reply

Your email address will not be published.