ପାଳନ ହେଲା ୮୦ ତମ ସ୍ବାଧିନତା ଦିବସ, ପେସ୍ କ୍ଲବ ରେ ଉଡ଼ିଲା ତ୍ରିରଙ୍ଗା।

11


ସାରସକଣା,(ଶାସକ ପ୍ରଶାସକ] ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ଠାରେ ଭିନ୍ନ ଭିନ୍ନ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡ଼ିଆର ଗଣମାଧ୍ୟମ ପ୍ରତିନିଧି ଗଣ ଏକତ୍ରିତ ହୋଇ ଝାରପୋଖରିଆ ଠାରେ ଥିବା ପ୍ରେସ କ୍ଲବ ଗୃହ ସମ୍ମୁଖରେ ପାଳିଛନ୍ତି ୮୦ ତମ ସ୍ବାଧିନତା ଦିବସ। ଏହି ଅବସରରେ କ୍ଲବ ର କୋଷାଧ୍ୟକ୍ଷ ବନବିହାରୀ ମହାପାତ୍ରଙ୍କ ଉଦ୍ୟମରେ ସମସ୍ତ ସଭ୍ୟ/ସଭ୍ୟାମାନେ ଉପସ୍ଥିତ ହୋଇଥିଲେ। ତ୍ରିରଙ୍ଗା ପତାକା ଉତ୍ତୋଳନ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ଝାରପୋଖରିଆ ଥାନା ଭାରପ୍ରାପ୍ତ ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଯୋଗ ଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ ଥିବାବେଳେ ଭାରତ ମାତା ମାଟିର ରକ୍ଷା ନିମନ୍ତେ କାର୍ଯ୍ୟ କଳାପ ଉପରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଭାରତ ମାଆ ର ସମ୍ମାନ ନିମନ୍ତେ ଯୁବ ପିଢ଼ି ମାନଙ୍କୁ ଆଗେଇବାକୁ ନେଇ କିଛି ଉପଦେଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଟିକୁ ମୁରାରୀ ମୋହନ ମହାପାତ୍ର, ମୋହିତ କୁମାର ମଣ୍ଡଳ,ରାଜକିଶୋର ବାରିକ ପ୍ରମୁଖ ପ୍ରତିନିଧି ଗଣ ସଞ୍ଚାଳନ କରିଥିଲେ। ଶେଷରେ କ୍ଲବର ଉପସଭାପତି ମଳୟ କୁମାର ନାୟକ ତାଙ୍କ ବକ୍ତବ୍ୟ ମାଧ୍ୟମରେ ସ୍ବାଧିନତା ଦିବସର ପୂର୍ବ ଗାଥା କୁ ସମ୍ୟକ ଭାବେ ସ୍ମରଣ କରାଇବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ । ମୟୁରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।

Leave A Reply

Your email address will not be published.