ଅଟଳଜୀଙ୍କ ପୁଣ୍ୟତିଥିରେ ଗୁଣୁପୁରରେ ସ୍ମୃତିଚରଣ ସଭା

80

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ୧୬/୮/୨୬ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତ ରତ୍ନ ତଥା ବିଶିଷ୍ଟ ରାଷ୍ଟ୍ରନେତା ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଜୀଙ୍କ ପୁଣ୍ୟତିଥି ଅବସରରେ ଗୁଣୁପୁର ପୂର୍ତ୍ତ ଡାକ ବଙ୍ଗଳାଠାରେ ଏକ ସ୍ମୃତିଚରଣ ସଭା ଅନୁଷ୍ଠିତ ହୋଇଯାଇଛି।
ଏହି ସଭାରେ ଅଟଳଜୀଙ୍କ ମହାନ ବ୍ୟକ୍ତିତ୍ୱ, ରାଷ୍ଟ୍ରସେବା, ଦୂରଦର୍ଶୀ ନେତୃତ୍ୱ ଓ ଦେଶର ଉନ୍ନତି ପାଇଁ ତାଙ୍କର ଅମୂଲ୍ୟ ଅବଦାନକୁ ସ୍ମରଣ କରାଯାଇଥିଲା। ଅଟଳଜୀଙ୍କ ଆଦର୍ଶ ଓ ରାଷ୍ଟ୍ରବାଦୀ ଚିନ୍ତାଧାରାକୁ ଅନୁସରଣ କରି ଦେଶସେବା ପାଇଁ ଆଗେଇ ଯିବାକୁ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ ସଂକଳ୍ପବଦ୍ଧ ହୋଇଥିଲେ।
ସଭାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ରାୟଗଡାର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ସବର, ଭାଜପା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶ୍ରୀ Y. ଗଣପତି, ଜିଲ୍ଲା ଉପସଭାପତି ଶ୍ରୀ ଶ୍ରୀନିବାସ ସ୍ୱାଇଁ, ପୂର୍ବତନ ପୌର ଉପାଧ୍ୟକ୍ଷ ଶ୍ରୀ ମୁଖି ଭେଙ୍କଟ ରାବଣା, ଶ୍ରୀ କଲକା ନାଗେଶ୍ୱର ରାଓ, ଶ୍ରୀ ସଂଗ୍ରାମ କିଶୋରୀ ସାହୁ, ଶ୍ରୀ ଅମର କୁମାର ସାହୁ, ଶ୍ରୀ ଶ୍ରୀରାମ ମୂର୍ତ୍ତିଙ୍କ ସମେତ ବହୁ ବରିଷ୍ଠ ଓ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ଅଟଳଜୀଙ୍କ ଆଦର୍ଶ, ନୀତି ଓ ରାଷ୍ଟ୍ରପ୍ରତି ସମର୍ପଣ ଆଗାମୀ ପିଢ଼ିକୁ ସଦା ପ୍ରେରଣା ଦେଇଚାଲିବ।

Leave A Reply

Your email address will not be published.