ସ୍ୱଚ୍ଛତା ଅଭିଯାନରେ କର୍ମଚାରୀ ଓ ସଫେଇକର୍ମୀ ସାମିଲ

40


ଓଡ଼ଗାଁ, ୧୦।୮: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପକ୍ଷରୁ ଅଗଷ୍ଟ ୯ କ୍ରାନ୍ତି ଦିବସ ଏବଂ ଜାତୀୟ ଗୀତ ‘ବନ୍ଦେ ମାତରମ୍‌’ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ସହ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏନ୍‌ଏସିର ସମସ୍ତ କର୍ମଚାରୀ ଓ ସଫେଇକର୍ମୀ ସାମୂହିକ ଭାବେ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇ ସହରର ବିଭିନ୍ନ ସ୍ଥାନରେ ସଫେଇ କରିଥିଲେ। ଏଥିସହ ସ୍ୱଚ୍ଛ ସହର, ସୁସ୍ଥ ସମାଜର ବାର୍ତ୍ତା ଦେଇ ସହରକୁ ପରିଷ୍କାର ଓ ସ୍ୱଚ୍ଛ ରଖିବା ପାଇଁ ସହରବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା।

Leave A Reply

Your email address will not be published.