ବୁର୍ଲା, ଅଗଷ୍ଟ ୧୦, ୨୦୨୬:ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିବ୍ଲୁଓଡିଏଲ୍)ପକ୍ଷରୁ ଏହାର ବିତରଣ କ୍ଷେତ୍ର ଅନ୍ତର୍ଗତ ପାଞ୍ଚଟି ଜିଲ୍ଲାରେ ବିଶ୍ୱ ଜନଜାତି ଦିବସପାଳନ କରାଯାଇଅଛି। ଏହି ଅବସରରେପାଞ୍ଚ ଗୋଟି ଜନଜାତି ସମୁଦାୟଏକତ୍ରିତ କରାଯାଇ ଜନଜାତି ଐତିହ୍ୟର ପାଳନ କରିବା ସହିତଜନଜାତି ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା ।
ଟିପିଡବ୍ଲୁଓଡିଏଲର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧବିଭାଗ ଏବଂ ଏହାର ଆଫର୍ମେଟିଭ୍ ଆକ୍ସନ୍ (ଏଏ) ପଦକ୍ଷେପଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେସୁନ୍ଦରଗଡ଼, ନୂଆପଡ଼ା, କଳାହାଣ୍ଡି ଓ ଦେବଗଡ଼ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି), ଅନୁସୂଚିତଜାତି ଓ ଜନଜାତି ସମ୍ପ୍ରଦାୟର ସଦସ୍ୟ ଏବଂ ଅନ୍ୟାନ୍ୟସମ୍ପ୍ରଦାୟରସଦସ୍ୟମାନେଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେକନ୍ଧ, ସଉରା, ଗୋଣ୍ଡ, ସାନ୍ତାଳ ଓ ଭୂୟାଁସମୁଦାୟକୁ ସାମିଲ କରାଯାଇଥିଲା। ଏହା ମାଧ୍ୟମରେ ଜନଜାତି ସମୁଦାୟର ଅବଦାନ ଏବଂ ଆକାଂକ୍ଷାକୁ ନେଇ ଆଲୋଚନା ଓ ସଚେତନତା ପାଇଁ ଏକ ମଞ୍ଚ ସୃଷ୍ଟି ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପିଢ଼ି ପରେ ପିଢ଼ି ହସ୍ତାନ୍ତରିତ ହୋଇଆସୁଥିବା ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପାରମ୍ପରିକ ପ୍ରଥା ଓ ଜନଜାତି ଜ୍ଞାନ ପ୍ରଣାଳୀର ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା। ଜନଜାତି ଅଧିକାରର ସୁରକ୍ଷା ସହ ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ପାରମ୍ପରିକ ଜ୍ଞାନକୁ ପ୍ରାସଙ୍ଗିକ ରଖିବାର ଆବଶ୍ୟକତା ନେଇ ମଧ୍ୟ ଆଲୋଚନା ହୋଇଥିଲା।ପରିବେଶ ସୁରକ୍ଷା ଓ ଜଳବାୟୁ ସହନଶୀଳତା କ୍ଷେତ୍ରରେ ଜନଜାତି ସମୁଦାୟର ଭୂମିକା ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ବିଷୟ ଥିଲା। ପ୍ରକୃତି ସହ ସମନ୍ୱିତ ସେମାନଙ୍କର ପାରମ୍ପରିକ ଅଭ୍ୟାସ ଏବଂ ସ୍ଥାନୀୟ ପରିବେଶ ସମ୍ପର୍କରେ ଗଭୀର ଜ୍ଞାନ ସ୍ଥାୟୀ ଜୀବନଶୈଳୀ ଓ ପ୍ରାକୃତିକ ସମ୍ପଦର ଦାୟିତ୍ୱପୂର୍ଣ୍ଣ ପରିଚାଳନା ପାଇଁ ମୂଲ୍ୟବାନ ଶିକ୍ଷା ପ୍ରଦାନ କରେ।
ଏହି ଅବସରରେ ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀ ପ୍ରବୀଣ ବର୍ମାପ୍ରକାଶ କରିଛନ୍ତି ଯେ, “ଜନଜାତି ସମୁଦାୟ ପିଢ଼ି ପରେ ପିଢ଼ି ପ୍ରକୃତି ସହ ସମନ୍ୱୟ ରକ୍ଷା କରି ବିକଶିତ ହୋଇଆସିଥିବା ସମୃଦ୍ଧ ସଂସ୍କୃତି, ଜ୍ଞାନ ଓ ପରମ୍ପରାର ରକ୍ଷକ। ସେମାନଙ୍କର ସ୍ୱରକୁ ସ୍ୱୀକୃତି ଦେବା ଏବଂ ଏହି ଐତିହ୍ୟର ସୁରକ୍ଷା କରିବା ଏକ ସମାବେଶୀ ଓ ସ୍ଥାୟୀ ସମୁଦାୟ ଗଠନର ଗୁରୁତ୍ୱପୂର୍ଣ୍ଣ ଅଂଶ। ଆମର CSR ପଦକ୍ଷେପ ମାଧ୍ୟମରେ ଟିପିଡବ୍ଲୁଓଡିଏଲ୍ସମୁଦାୟର ଅଂଶଗ୍ରହଣକୁ ସୁଦୃଢ଼ କରିବା, ସଶକ୍ତିକରଣର ସୁଯୋଗ ସୃଷ୍ଟି କରିବା ଏବଂ ଜନଜାତି ଜ୍ଞାନ ଓ ସାଂସ୍କୃତିକ ପରିଚୟର ସୁରକ୍ଷା ପାଇଁ ସହଯୋଗ ଜାରି ରଖିବାକୁ ପ୍ରତିବଦ୍ଧ।”
ଏହି କାର୍ଯ୍ୟକ୍ରମସମାବେଶୀ ବିକାଶ ଓ ସାର୍ଥକ ସମୁଦାୟ ସଂପୃକ୍ତିପ୍ରତି ଟିପିଡବ୍ଲୁଓଡିଏଲର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା ସହ ଜନଜାତି ସମୁଦାୟକୁ ସେମାନଙ୍କର ଦୃଷ୍ଟିକୋଣ, ପରମ୍ପରା ଓ ଜ୍ଞାନ ବାଣ୍ଟିବା ପାଇଁ ଏକ ମଞ୍ଚ ପ୍ରଦାନ କରିଛି। ଆଫର୍ମେଟିଭ୍ ଆକ୍ସନ୍(AA)ଭଳି ପଦକ୍ଷେପ ମାଧ୍ୟମରେ ଟିପିଡବ୍ଲୁଓଡିଏଲ୍ଏହାର କାର୍ଯ୍ୟକ୍ଷେତ୍ରର ବିଭିନ୍ନ ସମୁଦାୟ ସହ ନିରନ୍ତର ଭାବେ ଯୋଡ଼ି ରହିଛି, ଯେଉଁଥିରେ ସଶକ୍ତିକରଣ, ସମାବେଶ ଓ ସ୍ଥାୟୀ ସମୁଦାୟ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି।