ବୁଗୁଡ଼ାରେ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି:

4

୧୦୩ଟି ଆବେଦନ ଗ୍ରହଣ, ୭ ଜଣଙ୍କୁ ରେଡକ୍ରସ ସହାୟତା ଓ ୫ ଜଣଙ୍କୁ ଟ୍ରାଇସାଇକେଲ ବଣ୍ଟନ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଗୁଡ଼ା ବ୍ଲକ ପରିସରରେ ଏକ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଆଜି ସୋମବାର ରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (CDO-cum-EO) ଶ୍ରୀ ସମୀର କୁମାର ଜେନା, ଆରକ୍ଷୀ ଅଧୀକ୍ଷକ (SP) ଶ୍ରୀ ହରିଶ ବିଶି ଏବଂ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ପ୍ରମୁଖ ଉପସ୍ଥିତ ରହି ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିଥିଲେ।
ଏଥିରେ ​ମୋଟ ଗ୍ରହଣ କରାଯାଇଥିବା ଅଭିଯୋଗ: ୧୦୩ ଟି
​ବ୍ୟକ୍ତିଗତ ଅଭିଯୋଗ: ୮୭ ଟି
​ସାମୂହିକ / ଗୋଷ୍ଠୀଗତ ଅଭିଯୋଗ: ୧୬ ଟି
​ରେଡକ୍ରସ ସହାୟତା ସମ୍ବନ୍ଧୀୟ ଆବେଦନ: ୭ ଟି
​ତୁରନ୍ତ ସମାଧାନ: ୩ ଟି ଅଭିଯୋଗର ଶିବିର ସ୍ଥଳରେ ହିଁ ନିଷ୍ପତ୍ତି ନିଆଯାଇ ସମାଧାନ କରାଯାଇଛି।
​ସହାୟତା ଓ ଉପକରଣ ବଣ୍ଟନ:
​ରେଡକ୍ରସ ସହାୟତା: ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୭ ଜଣ ହିତାଧିକାରୀଙ୍କୁ ମୋଟ ୩୮ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି।
​ସାମାଜିକ ସୁରକ୍ଷା: ୫ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଗମନାଗମନ ପାଇଁ ଟ୍ରାଇସାଇକେଲ ବଣ୍ଟନ କରାଯାଇଛି।

ଶିବିରରେ ସାଧାରଣ ଜନସାଧାରଣ ବିଶେଷ କରି ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଭତ୍ତା, ଖାଦ୍ୟ ସୁରକ୍ଷା (ରାସନ କାର୍ଡ), ଗୃହ ନିର୍ମାଣ, ଜୀବିକା ମିଶନ, ରାଜସ୍ୱ ଏବଂ ଜମିଜମା ବିବାଦ ସମ୍ପର୍କିତ ବିଭିନ୍ନ ସମସ୍ୟା ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ସମସ୍ତ ଅବଶିଷ୍ଟ ଅଭିଯୋଗଗୁଡ଼ିକର ଶୀଘ୍ର, ଫଳପ୍ରଦ ଓ ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
​ଏହି ସମାବେଶରେ ବୁଗୁଡ଼ା ତହସିଲଦାର ତାପସ ରାଉତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ଦୂତିକୃଷ୍ଣ ପାତ୍ରଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟର କର୍ମଚାରୀବୃନ୍ଦ କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିବାରେ ସକ୍ରିୟ ସହଯୋଗ କରିଥିଲେ।

Leave A Reply

Your email address will not be published.