ବେଲଗୁଣ୍ଠା ପୋଲିସ ପକ୍ଷରୁ ଗାଡ଼ି ଚେକିଂ

6

ବେଲଗୁଣ୍ଠା,୧୦/୦୮,-(ଶିବରାମ ଚୌଧୁରୀ )-ଆସନ୍ତା ପର୍ବପର୍ବାଣୀ ଓ ଯାତାୟାତ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବେଲଗୁଣ୍ଠା ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକରେ ଗାଡ଼ି ବ୍ଲକିଂ ଓ ଯାନବାହନ ଯାଞ୍ଚ କରାଯାଇଛି। ଏହି କ୍ରମରେ ସୋମବାର ସନ୍ଧ୍ୟା ପାଞ୍ଚଟାରୁ ରାତି ନଅଟା ପର୍ଯ୍ୟନ୍ତ ଜଗନ୍ନାଥପ୍ରସାଦ ରୋଡରେ ଥିବା ଜ୍ଞାନଦେବୀ ପାର୍କ ଛକରେ ବେଲଗୁଣ୍ଠା ପୋଲିସ ପକ୍ଷରୁ ବ୍ୟାପକ ଯାନବାହନ ଚେକିଂ କରାଯାଇଥିଲା। ଥାନା ଏଏସ୍ଆଇ ଜ୍ୟୋତ୍ସ୍ନା ରାଣୀ ପ୍ରଧାନଙ୍କ ନେତୃତ୍ୱରେ କନେଷ୍ଟବଳ ପୀତବାସ ଗୌଡ଼,ବିଜୟ କୁମାର ରା ଏବଂ ପୋଲିସ ଟିମ
ଚେକିଂ କରିଥିବା ବେଳେ ପୋଲିସ ଟିମ୍ ଦୁଇଚକିଆ ଓ ଚାରିଚକିଆ ଯାନଗୁଡ଼ିକୁ ଅଟକାଇ ଗାଡ଼ିର କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ, ହେଲମେଟ୍ ବ୍ୟବହାର,ମଦ୍ୟପ ଗାଡ଼ି ଚାଳକ, ସିଟ୍ ବେଲ୍ଟ, ତିନି ଜଣିଆ ମୋଟରସାଇକେଲ ଆରୋହୀ ଓ ଅନ୍ୟାନ୍ୟ ଆବଶ୍ୟକ ନିୟମ ପାଳନ ଯାଞ୍ଚ କରିଥିଲେ। ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଚାଳକମାନଙ୍କୁ ପୋଲିସ ପକ୍ଷରୁ ସଚେତନ କରାଯିବା ସହ ଆବଶ୍ୟକ ସ୍ଥଳେ ନିୟମାନୁଯାୟୀ ପଦକ୍ଷେପ ନିଆଯାଇଥିଲା।
ପୋଲିସର ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରାସ୍ତାରେ ଶୃଙ୍ଖଳିତ ଯାତାୟାତ ସୁନିଶ୍ଚିତ କରିବା ସହ ଦୁର୍ଘଟଣା ରୋକିବା। ଏଥିସହ ମଦ୍ୟପାନ କରି ଗାଡ଼ି ଚଳାଇବା, ବିନା ହେଲମେଟ୍‌ରେ ଦୁଇଚକିଆ ଚଳାଇବା ଓ ଆବଶ୍ୟକ କାଗଜପତ୍ର ବିନା ଯାତାୟାତ କରୁଥିବା ଚାଳକଙ୍କ ଉପରେ ନଜର ରଖାଯାଇଥିଲା।ଜ୍ଞାନଦେବୀ ପାର୍କ ଛକ ଏକ ବ୍ୟସ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ପୋଲିସର ନିୟମିତ ଚେକିଂ ଦ୍ୱାରା ଯାତାୟାତ ବ୍ୟବସ୍ଥାରେ ଶୃଙ୍ଖଳା ଆସିବା ସହ ଚାଳକମାନଙ୍କ ମଧ୍ୟରେ ଟ୍ରାଫିକ୍ ନିୟମ ପାଳନ ନେଇ ସଚେତନତା ବୃଦ୍ଧି ପାଇବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଆଗାମୀ ଦିନରେ ସଡ଼କ ନିରାପତ୍ତାକୁ ଦୃଷ୍ଟିରେ ରଖି ବ୍ଲକିଂ ଚେକିଂକୁ କଡାକଡି କରାଯିବ ବୋଲି ଥାନା ଅଧିକାରୀ ରେବତୀ ଶବର ପ୍ରକାଶ କରିଛନ୍ତି।

Leave A Reply

Your email address will not be published.