ବିଭାଗୀୟ ଏସଡିଓ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ।
ବସ୍ତା ୧୦/୮ : ବସ୍ତାର ବିଭିନ୍ନ ସମସ୍ୟା ନେଇ ବାରମ୍ବାର ଅଭିଯୋଗ କଲା ପରେ ପ୍ରଶାସନିକ ଅଧିକାରି ମାନେ କର୍ଣ୍ଣପାତ ନ କରିବା ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ।ଯାହାକୁ ନେଇ ବସ୍ତା ସାମ୍ବାଦିକ ବାରମ୍ବାର ଜିଲ୍ଲାପାଳ,ବିଭାଗୀୟ ଅଧିକାରୀଙ୍କୁ ବିଭିନ୍ନ ସମସ୍ୟା ବିଷୟରେ ଦୃଷ୍ଟି ଆକର୍ଷଣ କଲାପରେ ସମସ୍ୟା ପ୍ରତି ଦୃଷ୍ଟି ନଦେବା ଯୋଗୁଁ ଜନସାଧାରଣ ସ୍ବାର୍ଥକୁ ଦୃଷ୍ଟିରେ ରଖି ବସ୍ତା ସାମ୍ବାଦିକ ୫ ଦଫା ଦାବି ନେଇ ସୋମବାର ପିଡବ୍ଲ୍ୟୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଯଥା ବସ୍ତା – ବାଲିଆପାଳ ରାସ୍ତା ବିଭିନ୍ନ ସ୍ଥାନରେ ଖାଲଖାମା ମରାମତି,ରାସ୍ତା ପାର୍ଶ୍ବରେ ଥିବା ଶୁଖିଲା ଗଛ କାଟିବା, ମଥାନୀ ଠାରେ ଥିବା ନିର୍ମାଣ ଧିନ ପୋଲକୁ ଯଥା ଶୀଘ୍ର କାର୍ଯ୍ୟକ୍ଷମ କରିବା,ଗାନ୍ଧିଛକ ଠାରୁ ବସ୍ତା ଛକ ମଧ୍ୟରେ ଥିବା ପୋଲ ମରାମତି କରିବା,ସିସି କେମେରା ବିଭିନ୍ନ ସ୍ଥାନରେ ଲଗାଇବା ଦାବିରେ ଅଡି ବସିଥିଲେ ବସ୍ତା ସାମ୍ବାଦିକ।ସୂଚନା ଥାଉ କି ଯେ, ବସ୍ତା ବାଲିଆପାଳ ରାସ୍ତା ମରଣଯନ୍ତା ପାଲଟି ବା ଫଳରେ ୧୮ ଟି ଦୃଘଟଣା ଘଟି କାହାର ଗୋଡ଼ ଭାଙ୍ଗି ଯାଇଛି ତ କାହାର ଜୀବନ ହାନି ହେବା ଏବଂ ବିଭିନ୍ନ ସ୍ଥାନରେ ଅନ୍ଧାର ଥିବା ଯୋଗୁଁ ରାସ୍ତା ଅନ୍ଧାର ସୁଯୋଗ ନେଇ ଚୋରି ଓ ଛିନ୍ତାଇ ହେବା ଯୋଗୁଁ ରାସ୍ତାରେ ଲାଇଟ ଲଗାଇବା,ରାସ୍ତା ପାର୍ଶ୍ବରେ ଥିବା ଶୁଖିଲା ଗଛ କେତେବେଳେ ଯେ ଓଲଟି ପଡ଼ି କିଛି ଅଘଟଣ ଘଟିବା ପୂର୍ବରୁ ତାକୁ କାଟିବା ଦାବି ନେଇ ବସ୍ତା ସାମ୍ବାଦିକ ଦୀର୍ଘ ୪ ଘଣ୍ଟା ଧାରଣାରେ ବସିବା ପରେ ପିଡବ୍ଲ୍ୟୁ ଏସଡ଼ିଓ ଘଟଣା ସ୍ଥଳରେ ପହଁଞ୍ଚି ସାମ୍ବାଦିକଙ୍କ ସହ ଦୀର୍ଘ ସମୟ ଆଲୋଚନା କରିବା ପରେ ୭ ଦିନ ମଧ୍ୟରେ ସମସ୍ୟା ସମାଧାନ କରା ଯିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।ତେବେ ଏହି ଆନ୍ଦୋଳନକୁ ବସ୍ତା କଂଗ୍ରେସ,ସମାଜସେବୀ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ସାମ୍ବାଦିକଙ୍କୁ ସମର୍ଥନ ଜଣାଇବା ସହ ଧାରଣାରେ ବସି ରହି ସାମ୍ବାଦିକଙ୍କୁ ଉତ୍ସାହିତ କରିଥିଲେ।ତେବେ ୭ ଦିନ ମଧ୍ୟରେ ସମାଧାନ କାରନଗଲେ ପୁଣି ଅନ୍ଦୋଳତ୍କ ପନ୍ଥା ଅବଲମ୍ବନ କରାଯିବ ବୋଲି କଡା ଦେଇଛନ୍ତି ବସ୍ତା ସାମ୍ବାଦିକ।