ନକଲି ସାର ଯୋଗାଣକୁ ନେଇ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଝଡ଼

8

ସେପଟେ ସାର କଳାବଜାରୀ କଲେ କଠୋର କାର୍ଯ୍ୟାନୁଷ୍ଠାନ


ନୀଳଗିରି, ୧୧/୦୮: ଓଡ଼ିଶାର ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସାର କଳାବଜାରୀ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ, ନକଲି ଓ ସାର କଳାବଜାରୀ ପାଇଁ ଏକ ଏନଫୋର୍ସ ଟିମ୍ ଗଠନ କରାଯାଇଛି ବୋଲି ଡିଣ୍ଡିମ୍ବ ପିଟୁଥିବା ବେଳେ ବାଲେଶ୍ବର ଜିଲ୍ଲା ନିଳଗିରି ଅଞ୍ଚଳରେ ଏବେ ନକଲି ସାର ସରକାରଙ୍କ ନିର୍ଦ୍ଦେଶରେ ଓରମାସ ପକ୍ଷରୁ ଚାଷୀଙ୍କୁ ଡି.ଏ.ପି (୧୮୪୬) ୧୪୨୦ ଟଙ୍କାରେ, ୟୁରିଆ ୩୪୦ଟଙ୍କା, ଓ ପଟାସ୍ ବସ୍ତା ପିଛା ୧୯୦୦ରେ ବିକ୍ରି କରାଯାଉଥିବା ବେଳେ ଚାଷୀ ମାନେ ଏହା ନକଲି ବୋଲି ଜଣା ପଡ଼ିବା ପରେ ସୋମବାର ଦିନ ନୀଳଗିରି ବ୍ଲକକନଫରେନ୍ସ ହୋଲରେ ଚାଲିଥିବା ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ରେ ଅନେକଚାଷୀ ଅଟୋରେ ସାର ଲୋଡ୍ କରି ଆଣିଥିବା ବେଳେ ଏନେଇ ଉପସ୍ଥିତ ଅଧିକାରୀଙ୍କୁ ଅଭିଯୋଗ କରିବା ସହ ତୁରନ୍ତ ସରକାରଙ୍କ ତରଫରୁ କିଏ ଚାଷୀଙ୍କୁ ଦେଉଛି, ନୀଳଗିରି ବ୍ଲକର କେଉଁ ଅଧିକାରୀଙ୍କ ଇଙ୍ଗିତରେ ଏମ୍.ବି.କେ ମାନଙ୍କ ଜରିଆରେ ପ୍ରଦାନ କରାଯାଉଛି, ଏସବୁ ସାରର ଲୁଣ ମିଶିଥିବାର ଚାଷୀମାନେ ଅଭିଯୋଗକୁ ଉପସ୍ଥିତ ବାଲେଶ୍ବର ଏ.ଡି.ଏମ୍, ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ଏନେଇ ଉପଯୁକ୍ତ ତଦନ୍ତ କରାଯିବା ସହ ଯଦି ସତ୍ୟତା ଥାଏ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେବା ପରେ ଜନ ଶୁଣାଣି ଶିବିର ସ୍ୱାଭାବିକ ଚାଲିଥିଲା। ସୂଚନା ଅନୁଯାୟୀ ନୀଳଗିରି ବ୍ଲକର ୨୫ଟି ପଞ୍ଚାୟତରେ ଚାଷୀଙ୍କୁ ବିଭିନ୍ନ ପ୍ରକାରର ସାର ଯୋଗାଇ ଦେବା ପାଇଁ ଓରମାସ ପକ୍ଷରୁ ଯୋଗାଇ ଦିଆଯିବା ସହ ନୀଳଗିରି ବ୍ଲକର ଡେପୁଟି ସି.ଓ ଶାନ୍ତନୁ ବାନାର୍ଜୀ ଦାୟିତ୍ୱରେ ଥିବା ବେଳେ ପ୍ରତି ପଞ୍ଚାୟତରେ ଥିବା ଏମ.ବି.କେ ନିକଟରେ ଗଚ୍ଛିତ କରାଗଲା ପରେ ଚାଷୀ ମାନେ ତା ଠାରୁ ସରକାରଙ୍କ ଉଚିତ ମୂଲ୍ୟ ଦେଇ ସାର ନେଇ ପାରିବେ। ଡେପୁଟି ସି.ଓ. ନୀଳଗିରି ବ୍ଲକରେ ଏନ୍.ଜି.ଓ, ପକ୍ଷରୁ ନିଯୁକ୍ତି ପାଇଥିବା ଏଫ. ଇ.ଓ ସୁଶ୍ରୀ ପ୍ରଭା ରାଉତଙ୍କ ଜରିଆରେ ପଞ୍ଚାୟତକୁ ଯୋଗାଇ ଦିଆ ଯାଇଥାଏ। ନୀଳଗିରି ବ୍ଲକର ମଛୁଆ ପଞ୍ଚାୟତରେ ଚାଷୀମାନେ ଅଭିଯୋଗ କରିଛନ୍ତି। ବିଜେପିର ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ସଭାପତି ତାପସ କୁମାର ମହାନ୍ତି ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ। ଏନେଇ କୃଷି ବିଭାଗର କୌଣସି ସଂପୃକ୍ତି ନ ଥିବା ବେଳେ ଏହା ନକଲି କି ଅସଲି ସାର ତାର ନମୂନା ବାଲେଶ୍ବର ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଶ୍ୱଜିତ୍ ପଣ୍ଡା ପ୍ରକାଶ କରିଛନ୍ତି। କେତେ ଟନ୍ ବିଭିନ୍ନ ପ୍ରକାର ସାର ଆସିଲା, ଚାଷୀଙ୍କୁ କେତେ ଦିଆଗଲା ସେସବୁର କୌଣସି ସଠିକ୍ କାଗଜପତ୍ର ନ ଥିବାର ଶୁଣିବାକୁ ମିଳୁଛି। ନୀଳଗିରି ଭେଜି ଟେବୁଲ୍ ଆଗ୍ରୋ ପ୍ରୋଡିସର କମ୍ପାନୀ ନାମରେ ଏଭଳି କଳା ବଜାରୀ ହେଉଥିବାର ଦେଖିବାକୁ ମିଳିଛି। ନକଲି ସାର ବାବଦରେ ମଧ୍ୟ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ମୋହନ ସରକାର ନକଲି ସାର କଳାବଜାରୀ ଉପରେ କି ପଦକ୍ଷେପ ନେଉଛନ୍ତି?

Leave A Reply

Your email address will not be published.