ଶିଶୁ ଶ୍ରମିକ ଏବଂ ଶିଶୁ ଦେଶାନ୍ତର ଗମନର ବିଲୋପ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା 

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀଙ୍କ କାର୍ଯ୍ୟାଳୟର ସଭାଗୃହ ଠାରେ ‘ଅଜଣା ଗନ୍ତବ୍ୟରେ ଘୁରିବୁଲୁଥିବା ଶିଶୁ ଅଭିଯାନ’   ଜିଲ୍ଲାର ଅଗ୍ରଣୀ ମହିଳା ଅନୁଷ୍ଠାନ ମହିଳା ବିକାଶ ପ୍ରତିଷ୍ଠା ସହଯୋଗରେ ଶିଶୁ ଶ୍ରମିକ ଏବଂ ଶିଶୁ ଦେଶାନ୍ତର ଗମନର ବିଲୋପ ପାଇଁ  ଏକ ଜିଲ୍ଲା ସ୍ତରୀୟ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପ୍ରତିଷ୍ଠାନର ସମ୍ପାଦିକା ମୀନତି ପାଢୀଙ୍କ ସଭାପତିତ୍ୱରେ କର୍ମଶାଳା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସଂଯୋଜିକା ଭାଗ୍ୟଲକ୍ଷ୍ମୀ ନାୟକ ଏବଂ ଏଥିରେ ଜିଲ୍ଲା ଶିଶୁ ସୁରକ୍ଷାଅଧିକାରୀ ଅରୁଣ କୁମାର ତ୍ରିପାଠୀ ଓ ଜିଲ୍ଲା ଶିଶୁ ମଙ୍ଗଳ ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ଶିଶୁ ଶ୍ରମିକ ଓ ଶିଶୁ ଦେଶାନ୍ତରର ଗମନ ହୋଇ ଜିଲ୍ଲା ଓ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି ଦାଦନ ଖଟିବାକୁ ଏବଂ ସେଠାରେ ମାଲିକର ଅକର୍ଥନୀୟ ନିର୍ଯ୍ୟାତନାର ଶିକାର ହେଉଛନ୍ତି  । ସେହିଭଳି ଶିଶୁ ମାନଙ୍କୁ ଶିଶୁ ଶ୍ରମିକ ଓ ଦେଶାନ୍ତରରୁ କିଭଳି ନିୟନ୍ତ୍ରଣ କରାଯିବା ସହ ଉଦ୍ଧାର ଶିଶୁ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ହେବ ସେ ସମ୍ପର୍କରେ କହିଥିଲେ ।

http://www.youtube.com/watch?v=alBIh3sxzVU 

ଅଜଣ ଗନ୍ତବ୍ୟରେ ଘୁରି ବୁଲୁଥିବା ଶିଶୁ ଅଭିଯାନ କାର୍ଯ୍ୟକ୍ରମର ଆବାହିକା ମଞ୍ଜୁ ପ୍ରଭା ଧଳ ଏବଂ ଜିଲ୍ଲା ଚାଇଲଡ ଲାଇନ ସଂଯୋଜକ ନାଗେଶ୍ୱର ଚୌଧୁରୀ ଯୋଗ ଦେଇ ଶିଶୁ ଶ୍ରମିକ ଓ ଶିଶୁ ଦେଶାନ୍ତର ଗମନ  ବନ୍ଦ କରିବା ଆମ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଉଚିତ । ଶିଶୁର ନିଜର ଭବିଷ୍ୟତ ଓ ଦାୟୀତ୍ୱ ପ୍ରତି ବାପା ମାଆ ସଚେତନ ହୋଇ ମାନସିକ ପରିବର୍ତ୍ତନ ହେବା ଆବଶ୍ୟକ ଅନ୍ୟପକ୍ଷରେ ଶିଶୁ ମାନଙ୍କୁ ଶୋଷଣ , କଷଣ ଓ ପୋଷଣର ରକ୍ଷା କରିବା ପାଇଁ ସମସ୍ତଙ୍କ ସହଯୋଗ କରିବା ଦରକାର ବୋଲି କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ ସମିତିର ସଭ୍ୟ ପ୍ରମୋଦ ନାୟକ ଓ ଅଭିଯାନର ରାଜ୍ୟ ସଂଯୋଜକ ଚନ୍ଦନ ମିଶ୍ର ଯୋଗଦେଇଥିବା ବେଳେ ଆର.ଉଦୟଗିରି ବ୍ଲକ ସଂଯୋଜିକା ନିର୍ମଳା ପଟ୍ଟନାୟକ ଏବଂ ମହିଳା ସହାୟିକା କେନ୍ଦ୍ରର କାଉନିସିଲର ସିଲି ପରିଡା ପ୍ରମୁଖ ଯୋଗଦେଇ କର୍ମଶାଳା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବହୁ ସଂଖ୍ୟାରେ ନିର୍ବାଚିତ ମହିଳାପ୍ରତିନିଧି, ପୂର୍ବତନ ମହିଳା ପ୍ରତିନିଧି, ଅଲିଭା ମହାସଂଘର ମହିଳା ସଦସ୍ୟ, ସିସିଡି ଅନୁଷ୍ଠାନ ମୁଖ୍ୟ ଏ.ଜଗନ୍ନାଥ ରାଜୁ,ଶିଶୁ ମଙ୍ଗଳ ସମିତିର କର୍ମକର୍ତ୍ତା ଓ ଅନ୍ୟମାନେ ଯୋଗଦେଇ କର୍ମଶାଳା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.