ସୁନ୍ଦରଗଡ଼ରେ ପ୍ରାର୍ଥୀପତ୍ର ଦାଖଲ କଲେ ମଙ୍ଗଳା, ଅମିତା

0

ସୁନ୍ଦରଗଡ଼ରୁ ଜିଲ୍ଲା ପ୍ରତିନିଧି ହୋରାଚାନ୍ଦ ଦେଉରିଆ : ଦୂତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତ୧୯ରେ ବିଜ୍ଞପ୍ତି  ପ୍ରକାଶ ପାଇଲା ପରେ ଆଜି କଂଗ୍ରେସ ର ଦୁଇ ଜଣ ବିଧାୟକ ପ୍ରାଥୀ ବିଜେଡି ର ଜଣେ ଏବଂ ଆମ ଆଦମୀ ପାର୍ଟି ଜେଏମଏମଓ ସ୍ୱାଧୀନ ପ୍ରାର୍ଥୀ  ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି, କଂଗ୍ରେସର ରାଜଗାଙ୍ଗପୁର ପ୍ରାଥୀ ଡ଼ଃ ସିଏସ ରାଜେନ ଏକ୍କା ନାମାଙ୍କନ ଦାଖଲ କରିଥିବା ବେଳେ, ଭେଟେରାନ ନେତା ତଥା ପାଞ୍ଚ ଥର ବିଧାୟକ ଏବଂ ଦୁଇ ଥର ମନ୍ତ୍ରୀ ହୋଇଥିବା ବିଜେଡି ର ପ୍ରାଥୀ ମଙ୍ଗଳା କିଷାନ ନାମାଙ୍କନ ଦାଖଲ କରିଥିଲେ | ଏହା ସହିତ ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସର ବିଧାୟକ ପ୍ରାଥନୀ ଅମିତା ବିଶ୍ୱାଳ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ଉଭୟ କଂଗ୍ରେସ ଏବଂ ବିଜେଡ଼ି ପକ୍ଷରୁ ସମର୍ଥକ ମାନେ ବିଶାଳ ରେଲିର ଆୟୋଜନ କରିଥିଲେ | କଂଗ୍ରେସର ଦୁଇ ପ୍ରାଥୀ ସ୍ଥାନୀୟ ଭବାନୀ ଭବନ ପଡ଼ିଆରୁ୨୦୦୦ରୁ ଉର୍ଦ୍ଧ କର୍ମୀ ଓ ସମର୍ଥକ ଙ୍କ ଗହଣରେ ରାଲି କରି ଆସି ନିଜର ନାମାଙ୍କନ ଦାଖଲ କରିଥିଲେ |  ସେହିପରି  ବିଜେଡ଼ି ପ୍ରାର୍ଥୀ ମଙ୍ଗଳା କିଷାନ ମଧ୍ୟ ନିଜ ସମର୍ଥକ ଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କରିଥିବା ବେଳେ ତାଙ୍କ ସହିତ ଲୋକସଭା ପ୍ରାର୍ଥୀ ସୁନିତା ବିଶ୍ୱାଳ ମଧ୍ୟ ସାମିଲ ହୋଇଥିଲେ |  ଏ ମାନଙ୍କ ସହିତ ଲୋକସଭା ପାଇଁ ଆମ ଆଦମୀ ପାର୍ଟି ର ବାସିଲ ଏକ୍କା ସ୍ୱାଧୀନ ଭାବରେ ଉଦିତ ଅମାତ ,ଏସ ୟୁ ସିଆଇର ଜଷ୍ଟିନ ଲୁଗୁନ ନାମାଙ୍କନ ଦାଖଲ କରିଛନ୍ତି |  ସେହିପରି ବିଧାନସଭାରେ ଆମ ଆଦମୀ ପାର୍ଟି ର ସୁନ୍ଦରଗଡ଼ ସଦର ପାଇଁ ବିରାଜ କାନ୍ତ କୁଲୁ, ତଲସରା ପାଇଁ ସଂଜୀବ କୁମାର ଖାଲଖୋ ସ୍ୱାଧୀନ ଭାବରେ ତଲସରା ପାଇଁ ରଥ ଖାଲଖୋ ଏବଂ ରାଜଗାଙ୍ଗପୁର ଜେଏମଏମ ପ୍ରାର୍ଥୀ ସୁଶୀଲ ଲାକ୍ରା ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ |

Leave A Reply

Your email address will not be published.