ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର କ୍ଲାସ୍ JEE, NEET ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ଉପରେ ଗୁରୁତ୍ୱ ।

13

କେନ୍ଦ୍ରାପଡ଼ା:09/08(ପ୍ରଫୁଲ୍ଲ କୁମାର ମଲ୍ଲ) ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଓ ଭବିଷ୍ୟତରେ ବିଭିନ୍ନ ପ୍ରତିଯୋଗିତାମୂଳକ ତଥା ନିଯୁକ୍ତି ପରୀକ୍ଷାରେ ସଫଳତା ପାଇଁ ସେମାନଙ୍କୁ ଉତ୍ସାହିତ ଓ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟର କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସ୍ ନେଇଥିଲେ।
ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଶିକ୍ଷା, କ୍ୟାରିୟର ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ମତ ବିନିମୟ କରିଥିଲେ। ନିୟମିତ ଅଧ୍ୟୟନ, ସମୟର ସୁପରିଚାଳନା, ଆତ୍ମବିଶ୍ୱାସ ଓ ନିରନ୍ତର ଅଭ୍ୟାସ ମାଧ୍ୟମରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ କିପରି ସଫଳତା ହାସଲ କରାଯାଇପାରିବ, ସେନେଇ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।ବିଶେଷକରି ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗପକ୍ଷରୁ JEE ଓ NEET ପାଇଁ ଅନଲାଇନ୍ କୋଚିଂ ସୁବିଧା ସମ୍ପର୍କରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଏଥିସହିତ Academic Support Programme ମାଧ୍ୟମରେ General Knowledge, English, Mathematics ଓ Reasoning ଭଳି ବିଷୟରେ ମିଳୁଥିବା ପ୍ରଶିକ୍ଷଣର ସୁଯୋଗ ନେବାକୁ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ JEE ଓ NEET ଭଳି ପ୍ରବେଶିକା ପରୀକ୍ଷା ସହିତ ବିଭିନ୍ନ ପ୍ରତିଯୋଗିତାମୂଳକ ଓ ନିଯୁକ୍ତି ପରୀକ୍ଷା ପାଇଁ ମଧ୍ୟ ଉତ୍ତମ ଭାବେ ପ୍ରସ୍ତୁତ ହେବାରେ ସହାୟକ ହେବ ବୋଲି ଜିଲ୍ଲାପାଳ କହିଥିଲେ।
ଛାତ୍ରଛାତ୍ରୀ ମାନେ ଏହି ସୁଯୋଗର ସଠିକ୍ ଉପଯୋଗ କରି ନିଜର ଦକ୍ଷତା ବିକାଶ ସହ ଉଚ୍ଚଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାକୁ ଜିଲ୍ଲାପାଳ ଆହ୍ୱାନ କରିଥିଲେ।
କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ +2 ଛାତ୍ରଛାତ୍ରୀ ନିଜ ନିଜ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ/ମୁଖ୍ୟଙ୍କ ସହ ଯୋଗାଯୋଗ କରି JEE & NEET ଅନଲାଇନ୍ କୋଚିଂ ଏବଂ Academic Support Programmeର ସୁଯୋଗ ନେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.