ଜି.ଉଦୟଗିରି, ୯/୮(ଅବନୀ କୁମାର ପ୍ରଧାନ).: କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ନିଖିଳ ଉତ୍କଳ କୁଇ ସମାଜ ପକ୍ଷରୁ ରବିବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ବନ୍ଧ ଛକ ଠାରେ ଥିବା ଚକରା ବିଷୋୟୀ ଙ୍କ ପ୍ରତିମର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ବଶିଷ୍ଠ ନାଗରିକ ଉଦ୍ଦେଶନ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ରାଜ୍ୟ ଆଦିବାସୀ ମହାସଂଘ ସଭାପତି ବିବେକାନନ୍ଦ ପ୍ରଧାନ, ଶାନ୍ତନୁ ପ୍ରଧାନ, ଜ୍ଞାନ ରଞ୍ଜନ ପ୍ରଧାନ, ମାଜିରା ପ୍ରଧାନ,ଯୌବନ ମଲିକ ଗୋବିନ୍ଦ ପ୍ରଧାନ,ଉଦ୍ଧବ ପ୍ରଧାନ,ବାଟକୃଷ୍ଣ ପ୍ରଧାନ, ମୋହନ ପ୍ରଧାନ, ବାସୁଦେବ ପ୍ରଧାନ, ଡକିଲା ପ୍ରଧାନଙ୍କ ସହ ବହୁ ସଦସ୍ୟ ଯୋଗ ଦେଇଥିଲେ। ନିଖିଳ ଉତ୍କଳ କୁଇ ସମାଜ କାର୍ଯ୍ୟାଳୟରେ ଅନୁଷ୍ଠିତ ସଭାରେ ଆଦିବାସୀ ସମାଜର ଭାଷା, ସଂସ୍କୃତି, ପରମ୍ପରା, ଅଧିକାର, ସହ ସ୍ୱାଭିମାନର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। କାର୍ଯ୍ୟକ୍ରମରେ କୁଇ ସମାଜର ଆଦିବାସୀ ଏକତାର ବାର୍ତ୍ତା ଦେଇଥିଲେ ରାଜ୍ୟ ମହାସଂଘ ସଭାପତି। ଆଦିବାସୀ ସମାଜର ଉନ୍ନତି ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ସାମାଜିକ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ଏବଂ କୁଇ ଭାଷା ଓ ପାରମ୍ପରିକ ସଂସ୍କୃତିର ସୁରକ୍ଷା ସହ ନୂତନ ପିଢ଼ିକୁ ନିଜ ଐତିହ୍ୟ ସହ ଯୋଡ଼ି ହୋଇ ରହିବାକୁ ଆହ୍ୱାନ ଦିଆଯାଇଥିଲା।