ଭୁବନେଶ୍ବର,୯ା୮: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ ‘ସେବା ଓ ସେବକ’ ଅଭିଯାନକ୍ରମରେ ଭୁବନେଶ୍ୱରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଲୋକ ସେବକ ମଣ୍ଡଳ ଓ ‘ସମାଜ’ ପକ୍ଷରୁ ‘ୱି ଫର୍ ଭୁବନେଶ୍ୱର’ର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବିଏମ୍ସି ୪୫ ନମ୍ବର ୱାର୍ଡ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।


ଏହି ଶିବିରରେ ମୋଟ୍ ୨୨୩ ୟୁନିଟ୍ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି ରକ୍ତଦାନ ଶିବିରକୁ ବାଚସ୍ପତି ସୁରମା ପାଢ଼ୀ ଉଦ୍ଘାଟନ କରି ରକ୍ତଦାନ ମହାନ ଦାନ ବୋଲି କହିଥିଲେ। ଶିବିରରେ ଅତିଥି ଭାବେ ବିଧାୟକ ବାବୁ ସିଂ, ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ମେୟର ସୁଲୋଚନା ଦାସ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ‘ୱି ଫର୍ ଭୁବନେଶ୍ବର’ର ଆବାହକ ତଥା କର୍ପୋରେଟର ଅମରେଶ ଜେନା, ବିଏମ୍ସି ଆୟୁକ୍ତ ଚଞ୍ଚଲ ରାଣା, ଲୋକ ସେବକ ମଣ୍ଡଳର କୋଷାଧ୍ୟକ୍ଷ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା, ସମ୍ପାଦକ ତପନ ମିଶ୍ର, ମୁଖ୍ୟ ପରିଚାଳକ ଗୋପୀନାଥ ବାରିକ, ବାର୍ତ୍ତା ସମ୍ପାଦକ ଅନୁପମ ପ୍ରହରାଜ, ବିଜେପି ଭୁବନେଶ୍ବର ଜିଲା ସଭାପତି ନିରଞ୍ଜନ ମିଶ୍ର, ବିଜେପି ନେତା ଜଗନ୍ନାଥ ପ୍ରଧାନ, ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ବିଜେପି ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ, ଛାତ୍ରନେତା ଉଦିତ ପ୍ରଧାନ, ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର, ଓଡ଼ିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

‘ସମାଜ’ ସାମ୍ବାଦିକ ତଥା ରକ୍ତଦାନ ଶିବିର ସଂଯୋଜକ ସନ୍ଦୀପ ଚୌଧୁରୀ ଶିବିର ପରିଚାଳନା କରିଥିଲେ। ଏହି ଅବସରରେ ଅତିଥିମାନେ ନିକଟସ୍ଥ ପାର୍କରେ ଚାରାରୋପଣ କରିଥିଲେ। ‘ୱି ଫର୍ ଭୁବନେଶ୍ୱର’ ପକ୍ଷରୁ ନରେନ୍ ସାହୁ, ଉମାନାଥ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।