୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ହାଇସ୍କୁଲ ଓ କଲେଜ ସ୍ତରରେ ବିଭିନ୍ନ ପ୍ରତିଯୋଗିତା

7

ନବରଙ୍ଗପୁର, ତା. ୦୮.୦୮.୨୦୨୬: ଆଗାମୀ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ, ଜାତୀୟ ଏକତା, ଦେଶର ସ୍ୱାଧୀନତା ସଂଗ୍ରାମ ଓ ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ନବରଙ୍ଗପୁର ସହରରେ ହାଇସ୍କୁଲ ଓ କଲେଜ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।ନବରଙ୍ଗପୁରସ୍ଥିତ ଜେ.ଇ.ଏଲ୍.ସି. ହାଇସ୍କୁଲ ପରିସରରେ ହାଇସ୍କୁଲ ସ୍ତରୀୟ ବିତର୍କ, ସଙ୍ଗୀତ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ମୋଟ ୧୪୪ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଯୋଗଦେଇ ନିଜର ପ୍ରତିଭା, ଜ୍ଞାନ, ଯୁକ୍ତି ଓ ସୃଜନଶୀଳତାର ପରିଚୟ ଦେଇଥିଲେ।

ପ୍ରତିଯୋଗିତାଗୁଡ଼ିକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ବ୍ଲକ୍ ଶିକ୍ଷା ଅଧିକାରୀ ରୀତା ମହାନ୍ତି, ସିଆରସିସି ନମିତା ଘଡ଼େଇ, ମନସ୍ମିତା ପଣ୍ଡା ଓ ଶୁଭେନ୍ଦୁ ପଣ୍ଡା ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପ୍ରଭାତ ପଟ୍ଟନାୟକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗରେ ସୁଚାରୁ ଭାବେ ପରିଚାଳିତ ହୋଇଥିଲା।

ସେହିପରି, ନବରଙ୍ଗପୁର ଡିଗ୍ରୀ କଲେଜ ପରିସରରେ କଲେଜ ସ୍ତରୀୟ ବିତର୍କ, ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ମୋଟ ୬୦ ଜଣ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବରିଷ୍ଠ ଅଧ୍ୟାପିକା ସଙ୍ଗୀତା ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଏବଂ ପିକା ଓ ଅଧ୍ୟାପକ କଲେଜ ସ୍ତରୀୟ ସମସ୍ତ ପ୍ରତିଯୋଗିତା ସୁଚାରୁ ଭାବେ ପରିଚାଳିତ ହୋଇଥିଲା।

ହାଇସ୍କୁଲ ଓ କଲେଜ ସ୍ତରରେ ମୋଟ ୨୦୪ ଜଣ ଛାତ୍ରଛାତ୍ରୀ ଏହି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
ଉଭୟ ହାଇସ୍କୁଲ ଓ କଲେଜ ସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ଅଗଷ୍ଟ ୧୫ ତାରିଖରେ ସ୍ଥାନୀୟ ଆର୍ ସି ଡି ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ସ୍ୱାଧୀନତା ଦିବସର ସନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ ଓ ସମ୍ମାନିତ କରା

Leave A Reply

Your email address will not be published.