କେନ୍ଦୁଝର,ତା୮/୮- ହିନ୍ଦ ମଜଦୁର ସଭାର ଆଗାମୀ ରାଜ୍ୟ ସମ୍ମିଳନୀ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଗତ ୭ତାରିଖ ଦିନ ସଦର ବ୍ଲକ ପଦ୍ମପୁର କଲ୍ୟାଣ ମଣ୍ଡପରେ ସତ୍ୟନାରାୟଣ ପଣ୍ଡାଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ସମ୍ମିଳନୀ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ କମ୍ରେଡ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଭାସୀ ମାଧ୍ୟମରେ ଉପସ୍ଥିତ ରହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଜିଲ୍ଲାର ସମସ୍ତ ଅନୁବନ୍ଧିତ ଶ୍ରମିକ ସଂଗଠନ କର୍ମକର୍ତ୍ତା ସଦସ୍ୟ ବୃନ୍ଦ ଯୋଗ ଦେଇ ସୁଚିନ୍ତିତ ମତାମତ ପ୍ରଦାନ କରି ଆଗାମୀ ସମୟରେ ସଂଗଠନକୁ ଆହୁରି ଦୃଢ କରିବାକୁ ଶପଥ ନେଇଥିଲେ। ହିନ୍ଦ ମଜଦୁର ରାଜ୍ୟ କର୍ମକର୍ତ୍ତା ବିରଜା କିଙ୍କର ନାୟକ, ସଂଯୁକ୍ତା ମହଲା, ପ୍ରଭାକର ପଲେଇ, ମନୋରଞ୍ଜନ ମହାରଣା, ପ୍ରଦୀପ କୁମାର ନାୟକ ପ୍ରମୁଖ ଏହି ସଂଗଠନକୁ ଆହୁରି ଶ୍ରମିକାଭିମୁଖୀ କରିବାପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟ ନୂତନ ସଂଗଠନର ଗୋପ ସାହୁ, ପ୍ରଭୁଦତ୍ତ ପ୍ରଧାନ, ହୃଷିକେଶ ଜେନା, ନିହାର ବୈଦା, ମଦନ ସେଠି, ଯତୀନ୍ଦ୍ର ରାଉତ, ରେଲାଣ ପଣ୍ଡା, ପ୍ରମୁଖ ସଂଗଠନରେ ସାମିଲ ହୋଇଥିଲେ। ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର , ପୂର୍ବତନ ପୌରାଧ୍ୟକ୍ଷ ପ୍ରଭଞ୍ଜନ ପଟ୍ଟନାଏକ, ରାଧା ନାଏକ, ଭରତ ସାହୁ, ଅତୁଲ୍ୟ ଦାସ, ଧରଣୀ ନାଏକ, ଗିରିଧାରୀ ନାଏକ, ସରସ୍ବତୀ ନାଏକ,ମାନସ ମୁଦୁଲି, ସୂର୍ଯ୍ୟ ନାରାୟଣ ପଣ୍ଡା ,ସିଦ୍ଧାର୍ଥ ଶଙ୍କର ସାହୁ ,ଚିତ୍ରସେନ ବ୍ରହ୍ମ,ସତ୍ୟାନନ୍ଦ ସାହୁ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ। ଶେଷରେ ପ୍ରଭୂଦତ୍ତ ପ୍ରଧାନ ବଡ଼ବିଲ ସଂଗଠନ ହୃଷୀକେଶ ଜେନାଙ୍କୁ ଯୋଡ଼ା ସଂଗଠନ ଆବାହକ ଭାବେ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଅନୁମୋଦନ କ୍ରମେ ସଂଯୁକ୍ତା ମହଲା ଘୋଷଣା କରିଥିଲେ।
Sign in
Sign in
Recover your password.
A password will be e-mailed to you.