ରାଉରକେଲା ଗଭର୍ଣ୍ଣମେଣ୍ଟ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକ, ୬୦୦ରୁ ଅଧିକ ଠିକାଦାରଙ୍କ ଯୋଗଦାନ

11

ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ନବଗଠିତ ରାଉରକେଲା ଗଭର୍ଣ୍ଣମେଣ୍ଟ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକ ଶୁକ୍ରବାର ବ୍ରାହ୍ମଣୀ କ୍ଲବଠାରେ ଅନୁଷ୍ଠିତ ହୋଇଥିଲା। ରାଉରକେଲା ସମେତ ବଣେଇ, ରାଜଗାଙ୍ଗପୁର, ବୀରମିତ୍ରପୁର ଓ ସୁନ୍ଦରଗଡ଼ ଅଞ୍ଚଳର ୬୦୦ରୁ ଅଧିକ ସରକାରୀ ଠିକାଦାର ବୈଠକରେ ଯୋଗଦେଇଥିଲେ।
ଏହି ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଜଗାଙ୍ଗପୁର ବିଧାୟକ ଡ଼ା. ରାଜନ ଏକ୍କା, ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀ, ସିପିଆଇ(ଏମ୍) ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ ଓ ପ୍ରମୋଦ ପ୍ରଧାନ ଉପସ୍ଥିତ ରହି ଆସୋସିଏସନ ଗଠନ ଦ୍ୱାରା ସ୍ଥାନୀୟ ଠିକାଦାରଙ୍କ ସ୍ୱାର୍ଥ ସୁରକ୍ଷିତ ହେବା ସହ ସ୍ୱଚ୍ଛ ଓ ଗୁଣାତ୍ମକ ଉନ୍ନୟନ କାର୍ଯ୍ୟକୁ ପ୍ରୋତ୍ସାହନ ମିଳିବ ବୋଲି କହିଥିଲେ।
ପ୍ରଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ବିଜୟ କୁମାର ପ୍ରଧାନ ମଞ୍ଚ ସଞ୍ଚାଳନ କରିଥିଲେ। ବୈଠକରେ ତାପସ କୁମାର ଆଚାର୍ଯ୍ୟଙ୍କୁ ସଭାପତି, ପ୍ରତାପ ସାହୁଙ୍କୁ ସାଧାରଣ ସମ୍ପାଦକ, ବିଭୁଭୂଷଣ ବେହୁରିଆଙ୍କୁ କୋଷାଧ୍ୟକ୍ଷ ସମେତ ନୂତନ କାର୍ଯ୍ୟକାରିଣୀ ମନୋନୀତ କରାଯାଇଥିଲା। ଶେଷରେ ନୀଳକଣ୍ଠ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.