ମାତ୍ର ୨୪ ବର୍ଷ ବୟସରେ ସୁପ୍ରିମକୋର୍ଟରେ ଚମକିଲେ ଓଡ଼ିଆ ଝିଅ ଶ୍ରୀରୂପା ହୋତା

67

ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଆସିଛି ଏକ ଗର୍ବର ଖବର। ମାତ୍ର ୨୪ ବର୍ଷ ବୟସରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ)ରେ ନିଜର ଯୁକ୍ତି ଉପସ୍ଥାପନ କରି ଚର୍ଚ୍ଚାରେ ଆସିଛନ୍ତି ଯୁବ ଆଇନଜୀବୀ ଶ୍ରୀରୂପା ହୋତା।

ତାଙ୍କର ଆତ୍ମବିଶ୍ୱାସପୂର୍ଣ୍ଣ ଉପସ୍ଥାପନା, ଆଇନଗତ ଦକ୍ଷତା ଓ ପ୍ରଭାବଶାଳୀ ଯୁକ୍ତି ଉପସ୍ଥାପନ ଉପସ୍ଥିତ ଆଇନଜୀବୀ ମହଲରେ ପ୍ରଶଂସା ସାଉଁଟିଥିବା ଜଣାପଡ଼ିଛି।

ଶ୍ରୀରୂପା ହୋତା ଶିଳ୍ପ ବ୍ୟବସାୟୀ ଧନଞ୍ଜୟ ହୋତା ଓ ପୁଷ୍ପାଞ୍ଜଳି ହୋତାଙ୍କ କନ୍ୟା। ଅଳ୍ପ ବୟସରେ ଦେଶର ସର୍ବୋଚ୍ଚ ଅଦାଲତରେ ନିଜ ପ୍ରତିଭାର ପରିଚୟ ଦେଇ ସେ ନିଜ ପରିବାର ସହ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।

ତାଙ୍କ ଏହି ସଫଳତା ଆଗାମୀ ଦିନରେ ଅନେକ ଯୁବପିଢ଼ିଙ୍କୁ ଆଇନ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ।

Leave A Reply

Your email address will not be published.