ମଶାବାରୀ ହାଇସ୍କୁଲରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

50


ଓଡ଼ଗାଁ, ୭।୮(ଶ୍ରୀକାନ୍ତ କୁମାର ମିଶ୍ର):
ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପନ୍ତିଖାରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଶାବାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜଣେ ଶିକ୍ଷକ ଓ ଦୁଇଜଣ ଅଣଶିକ୍ଷକ କର୍ମଚାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ଡାକୁଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଥମ ପରିଚାଳନା କମିଟି ସଭାପତି ଅର୍ଜୁନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମିତି ସଭ୍ୟ ବୁଲୁ ଜେନା, ଏସ୍‌ଏମ୍‌ସି କମିଟି ସଭାପତି ଈଶ୍ୱର ଚନ୍ଦ୍ର ସୀଠ, ପରିଚାଳନା କମିଟି ସଭାପତି ରାଜେନ୍ଦ୍ର କୁମାର ଦାସ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଯଶୋବନ୍ତ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଅବସରପ୍ରାପ୍ତ ଶିକ୍ଷକମାନେ ଯୋଗଦେଇଥିଲେ। ଏହି ଅବସରରେ ଅବସରଗ୍ରହଣ କରିଥିବା ଶିକ୍ଷକ ଗଜେନ୍ଦ୍ର ଜେନା ଏବଂ ଅଣଶିକ୍ଷକ କର୍ମଚାରୀ ଚନ୍ଦ୍ରଶେଖର ହୋତା ଓ ବାବୁଲା କୁମାର ସାହୁଙ୍କୁ ଅତିଥି ଓ ଉପସ୍ଥିତ ଶିକ୍ଷକମାନେ ପୁଷ୍ପଗୁଚ୍ଛ, ଉପଢୌକନ ଓ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଅବସରପ୍ରାପ୍ତ କର୍ମଚାରୀଙ୍କ ଦୀର୍ଘଦିନର ସେବା ଓ ଅବଦାନକୁ ସ୍ମରଣ କରି ଅତିଥିମାନେ ତାଙ୍କର ସୁସ୍ଥ ଓ ମଙ୍ଗଳମୟ ଅବସର ଜୀବନ କାମନା କରିଥିଲେ।

Leave A Reply

Your email address will not be published.