ଓଡ଼ଗାଁ, ୦୭।୮(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ପିଏମ୍ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟର ୬୦ ଜଣ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ। କନିଷ୍ଠ ବର୍ଗ ପାଇଁ ‘ପ୍ରକୃତି ପାଇଁ ମଣିଷ’ ଏବଂ ବରିଷ୍ଠ ବର୍ଗ ପାଇଁ ‘ପ୍ରକୃତି ଭିତରେ ମଣିଷ’ ବିଷୟରେ ପ୍ରତିଯୋଗିତା ହୋଇଥିଲା। ପ୍ରତ୍ୟେକ ବର୍ଗର ଶ୍ରେଷ୍ଠ ୩ ଜଣ ଲେଖାଏଁ ମୋଟ ୬ ଜଣଙ୍କ ଚିତ୍ର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ପଠାଯିବ।
ଜିଲ୍ଲାସ୍ତରରେ ପ୍ରତ୍ୟେକ ବର୍ଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟଙ୍କୁ ଯଥାକ୍ରମେ ୫ ହଜାର, ୪ ହଜାର ଓ ୩ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଆସନ୍ତା ଅକ୍ଟୋବର ୨ରୁ ୮ ତାରିଖ ମଧ୍ୟରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ଏହାର ପୁରସ୍କାର ପ୍ରଦାନ କରାଯିବ।
Sign in
Sign in
Recover your password.
A password will be e-mailed to you.