ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ବ୍ରାହ୍ମଣୀ ତରଙ୍ଗ ଥାନା କେସ୍ ନଂ–୩୪୨, ତାରିଖ ୨୬.୦୬.୨୦୨୬, ଧାରା ୩୦୩(୨) ବିଏନଏସ୍ ଅନୁଯାୟୀ ରୁଜୁ ହୋଇଥିବା ମାମଲାର ତଦନ୍ତ ସମୟରେ ବଡ଼ତରଙ୍ଗ ପୋଲିସ ଏକ ଚୋରି ହୋଇଥିବା ମୋଟରସାଇକେଲ ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୋଲିସ ସୂଚନା ଅନୁଯାୟୀ, ୨୩ ଜୁନ୍ ୨୦୨୬ ତାରିଖରେ ବେଦବ୍ୟାସ ଛକ ସ୍ଥିତ ହାଇଡ୍ରା କ୍ରେନ୍ ଷ୍ଟାଣ୍ଡ ନିକଟରୁ ଲାଲ ରଙ୍ଗର ହିରୋ HF Dawn (ରେଜିଷ୍ଟ୍ରେସନ୍ ନଂ: OD-14M-8321) ମୋଟରସାଇକେଲଟି ଚୋରି ହୋଇଥିଲା। ତଦନ୍ତ ବେଳେ ପୋଲିସ ଅଭିଯୁକ୍ତଙ୍କ କବଳରୁ ଗାଡ଼ିଟିକୁ ଉଦ୍ଧାର କରିଥିଲା। ଅଭିଯୁକ୍ତ ବିକ୍ରି କରିବା ଉଦ୍ଦେଶ୍ୟରେ ଗାଡ଼ିଟିକୁ ଲୁଚାଇ ରଖିଥିବା ଜଣାପଡ଼ିଛି। ଆଇନ ଅନୁଯାୟୀ ଗାଡ଼ିଟିକୁ ଜବତ କରାଯାଇଛି।
ଏହି ଘଟଣାରେ ବିହାରର ଔରଙ୍ଗାବାଦ ଜିଲ୍ଲା ନରାରିକଲାଖୁର୍ଦ୍ଦ ଅଞ୍ଚଳର ବାସିନ୍ଦା ତଥା ବର୍ତ୍ତମାନ ବଡ଼ତରଙ୍ଗ ଥାନା ଅନ୍ତର୍ଗତ ବୁରୁଟୋଲାରେ ରହୁଥିବା ଅଶ୍ୱିନୀ କୁମାର (୨୫)ଙ୍କୁ ପୋଲିସ ଗିରଫ କରିଛି।
ପୋଲିସ ଜବତ କରିଥିବା ସାମଗ୍ରୀ ମଧ୍ୟରେ ଲାଲ ରଙ୍ଗର Hero HF Dawn ମୋଟରସାଇକେଲ (OD-14M-8321) ରହିଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି।
Sign in
Sign in
Recover your password.
A password will be e-mailed to you.