ପଦ୍ମପୁର/ଶିବାଶିଷ ପଟ୍ଟନାୟକ:– ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଲଖମରା ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଓମ୍ ପ୍ରକାଶ ଅଗ୍ରୱାଲ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ମଞ୍ଚାସୀନ ଅତିଥି ବୃନ୍ଦ ଙ୍କ ପରିଚୟ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦିଲ୍ଲୀପ ଜାଲ କରିଥିଲେ । ମଞ୍ଚାସୀନ ଥିଲେ ଉପସଭାପତି ଶ୍ରୀମତୀ ଅପରାଜିତା ଭୋଇ, ସମ୍ପାଦକ ପ୍ରଭାତ କୁମାର ସାହୁ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ, ସଦସ୍ୟା ଶ୍ରୀମତୀ ନଳିନୀ ବେହେରା, ସଦସ୍ୟ ଶ୍ରୀଯୁକ୍ତ ଜୟକୃଷ୍ଣ ସାହୁ ବିଦ୍ୟୁତ୍ ପରିଷଦ ସଭାପତି ଶ୍ରୀଯୁକ୍ତ ଗୋଲକ ପ୍ରସାଦ ପ୍ରଧାନ, ଶିକ୍ଷା ପରିଷଦ ଶ୍ରୀଯୁକ୍ତ ରାଜକିଶୋର ପଟେଲ ଉପସ୍ଥିତ ଥିଲେ । ବିଜ୍ଞାନ ପ୍ରକଳ୍ପ ନିରୀକ୍ଷଣ ପାଇଁ ଶ୍ରୀଯୁକ୍ତ ତୁଳସୀ ରାମ ମେହେର(ଲୁହାର ପାଲି U.G.H.S ବିଜ୍ଞାନ ଶିକ୍ଷକ), ଶ୍ରୀଯୁକ୍ତ ନରସିଂହ ନାୟକ (ସମ୍ବଲପୁରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ), ଶ୍ରୀଯୁକ୍ତ ମନିଷ କୁମାର ବାଗ(ଲଖମରା ନୋଡାଲ ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ),ଶ୍ରୀଯୁକ୍ତ ସୁଶାନ୍ତ ଭୋଇ (ଲଖମରା ନୋଡାଲ ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ) ଉପସ୍ଥିତ ଥିଲେ ।ସର୍ବମୋଟ ୮୩ ଟି ପ୍ରକଳ୍ପ ଭାଇ, ଭଉଣୀ ମାନେ ପ୍ରଦର୍ଶନ କରିଥିଲେ । ସୁନ୍ଦର ଭାବରେ ବିଜ୍ଞାନମେଳା ଟି ଉଦ୍ ଘାଟନ ହୋଇଥିଲା । ଶ୍ରୀମତୀ ପିଙ୍କି ବେହେରା ବନ୍ଦନା ତଥା ସଂଯୋଜନା କରିଥିଲେ । ସମସ୍ତ ଗୁରୁଜୀ/ଗୁରୁମା,ସେବକ,ସେବିକା ତଥା ବାହନ ଚାଲକ ମାନଙ୍କ ପ୍ରଚେଷ୍ଟାରେ ବିଜ୍ଞାନ ମେଳା ଟି ସଫଳ ହୋଇପାରିଥିଲା । ପରିଶେଷରେ ସମ୍ପାଦକ ଶ୍ରୀଯୁକ୍ତ ପ୍ରଭାତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।