ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଦୋନୁରୁ ଗ୍ରାମ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର୍ ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ ହୋଇଯାଇଛି।
ଉକ୍ତ ଉତ୍ସବ ରେ ସରକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଏନ. ବିମଳ ଓ ସୋମେଶ ରାଓ ଏବଂ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କେ. ରାମକ୍ରିଷ୍ଣା ଓ ସୌମ୍ୟ ରଞ୍ଜନ ସାହୁ ଅତିଥି ଭାବରେ ଯୋଗଦେଇ ଥିଲେ। ଆଡଗାଁ କ୍ଲଷ୍ଟର୍ ର ସମସ୍ତ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଉପସ୍ଥିତ ଥିଲେ।
ଅବସର ଗ୍ରହଣ କରିଥିବା ଶିକ୍ଷକ ଶ୍ରୀ ବେଣୁଗୋପାଳ ପାଢ଼ୀ ଓ ଏସ.ରାମାରାଓ ଉକ୍ତ ଉତ୍ସବ ରେ ଯୋଗ ଦେଇଥିଲେ।
ଅତିଥି ମାନେ ବେଣୁଗୋପାଳ ପାଢ଼ୀ ଙ୍କ ସରଳତା , ଛାତ୍ର ବତ୍ସଳତା , ଶିକ୍ଷାଦାନ ପ୍ରଣାଳୀ , ପରୋପକାରୀ ଗୁଣ ଓ ଆଧ୍ୟାତ୍ମିକ ମନୋଭାବ ଵିଷୟ ରେ କହିଥିଲେ।
ସେହିପରି ଏସ.ରାମାରାଓ ଙ୍କ ଶିକ୍ଷାଦାନ ଓ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ବିଷୟ ରେ କହିଥିଲେ ଅତିଥି ମାନେ। ଏହି ଦୁଇ ବରିଷ୍ଠ ଶିକ୍ଷକଙ୍କ ଶିକ୍ଷା ପ୍ରତି ରହିଥିବା ନିଷ୍ଠା ଓ ସମର୍ପଣ ଭାବ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।
ଶେଷରେ ଆଡ଼ଗାଁ କ୍ଲଷ୍ଟର ର ସଂଯୋଜକ ପି.ଭେଙ୍କେଟେଶ୍ଵରଲୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ପ୍ରଫୁଲ୍ଲ କୁମାର ରଥ , ଡି. ରମେଶ , ପି.ମୋହନ ବାବୁ ଓ ମନ୍ତ୍ର ଖେଡୁଆଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.