ପଦ୍ମପୁର/ଶିବାଶିଷ ପଟ୍ଟନାୟକ : – ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ନୂତନ ସମ୍ମେଳନ କକ୍ଷରେ ଅଧ୍ୟକ୍ଷ ଡ. ଦିଗାମ୍ବର ଚାନ୍ଦଙ୍କ ସଭାପତିତ୍ୱ ଏବଂ ଡ. ସରୋଜ କୁମାର ନାଏକଙ୍କ ସୁଚାରୁ ପରିଚାଳନାରେ “ନବ ସୃଜନ ଓ ନୂତନ ଉଦ୍ୟମ” ପ୍ରତିଯୋଗିତା ଅତ୍ୟନ୍ତ ଆନନ୍ଦଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଚାରକ ଜୟନାରାୟଣ ତ୍ରିପାଠୀ, ଦୀନେଶ ପାଣିଗ୍ରାହୀ ଏବଂ ଅଧ୍ୟାପିକା ମୋନାଲିସା ସ୍ବାଇଁ ପ୍ରତିଯୋଗୀଙ୍କ ନିଷ୍ଠା ଓ ଉଦ୍ଭାବନୀ ଶକ୍ତିର ଉଚ୍ଚ ପ୍ରଶଂସା କରିଥିଲେ ।
ସଫଳତାର ଏହି ଯାତ୍ରାରେ ମାର୍ଗଦର୍ଶକ ଅଧ୍ୟାପକ ଦୟାନିଧି ବଗର୍ତ୍ତୀଙ୍କ ଦିଗଦର୍ଶନରେ ଛାତ୍ରୀ ଧରିତ୍ରୀ ବରିହା, ଅଧ୍ୟାପକ ସଦାନନ୍ଦ ଭୋଇଙ୍କ ପ୍ରେରଣାରେ ଛାତ୍ର ଆନନ୍ଦ ତାଣ୍ଡି ଏବଂ ଅଧ୍ୟାପକ ଡ. ଭେଙ୍କଟେଶ୍ୱର ମେହେରଙ୍କ ମାର୍ଗଦର୍ଶନରେ ସୋନାଲି କୁମ୍ଭାର ନିଜ ନିଜର ଚିତ୍ତାକର୍ଷକ ପ୍ରକଳ୍ପ ସଫଳତାର ସହ ଉପସ୍ଥାପନ କରି ସମସ୍ତଙ୍କ ହୃଦୟ ଜିତିଥିଲେ । ଅଧ୍ୟାପକ ନିର୍ମଳ କୁମ୍ଭାର ଓ କାନ୍ତିଲାଲ ରଣା କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଶେଷରେ ଅଧ୍ୟାପିକା ଡ. ମମତାମୟୀ ଗୁରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.