ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦିଗାମ୍ବର ଚାନ୍ଦଙ୍କ ସଭାପତିତ୍ୱରେ ତଥା ଶକ୍ତିଶ୍ରୀ ସଶକ୍ତୀକରଣ ପ୍ରକୋଷ୍ଠ ଆନୁକୂଲ୍ୟରେ ଛଅ ଦିନିଆ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଆୟୋଜିତ ସଭାର ପ୍ରାରମ୍ଭରେ ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ଶର୍ମିଳା ପଣ୍ଡା ସମସ୍ତ ଅତିଥି ଓ ନିମନ୍ତ୍ରିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଭାବପୂର୍ଣ୍ଣ ସ୍ୱାଗତ ଜଣାଇବା ସହ ଶକ୍ତିଶ୍ରୀ ସେଲ୍ର ଅନ୍ତର୍ନିହିତ ଉଦ୍ଦେଶ୍ୟ ଓ ନାରୀ ସଶକ୍ତୀକରଣର ଆବଶ୍ୟକତା ସମ୍ପର୍କରେ ଏକ ସୁନ୍ଦର ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ଯୁକ୍ତ ଦୁଇ ବିଭାଗର ପ୍ରଭାରୀ ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର,
ଆନ୍ତରୀଣ ଅଭିଯୋଗ କମିଟିର ମୁଖ୍ୟା ପ୍ରାଧ୍ୟାପିକା ଝୁନୁ ପରିଡ଼ା, ଅଧ୍ୟାପିକା ବୁନି ସାହୁ ମଞ୍ଚରେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିବା ବେଳେ ମାଷ୍ଟର ଟ୍ରେନର ନମ୍ରତା ତାଣ୍ଡି ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷାର କୌଶଳମାନ ଶିଖାଇଥିଲେ ।
ସମଗ୍ର ସଭାକୁ ଶକ୍ତିଶ୍ରୀ ସାଥି ଛାତ୍ରୀ ମୋନାଲିସା ଭୋଇ ସଂଯୋଜନା କରିବା ସହ ପରିଶେଷରେ ସମସ୍ତଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.