ଭାରତ ବିକାଶ ପରିଷଦ ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

31

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଭାରତ ବିକାଶ ପରିଷଦ ପଦ୍ମପୁର ଶାଖା ର ମହିଳା ସହାଭାଗିତା ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହଭlଗୀତା ସଚିବ ଶ୍ରୀମତୀ ସୁଶୀଳା ଯୋଶୀ ଙ୍କ ତତ୍ୱାବଧାନ ରେ ସୋଢା ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ସି ଆର ସିସି ପୁଷ୍ପାଞ୍ଜଳି ସାହୁ ଏବଂ ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ମେହେର ଯୋଗଦାନ ଦେଇ ବୃକ୍ଷ ରୋପଣ ର ମହତ୍ୱ ବିଷୟରେ ଆଲୋଚନା କରିଥିଲେ l ଏହି ଅବସରରେ ବିଦ୍ୟାଳୟ ପ୍ରାଙ୍ଗଣରେ 21 ଟି ଦେଶୀ ଫଳ ଚାରା ରୋପଣ କରାହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ମହିଳା ସହାଭାଗିତା ର ସଭ୍ୟା ନମିତା ପ୍ରଧାନ, ମିନତୀ ପୁରୋହିତ, ଗୀତାଞ୍ଜଳି ସ୍ୱାଇଁ, ମମତା ବେହେରା ପ୍ରମୁଖ ସାହାଯ୍ୟ କରିଥିଲେ l

Leave A Reply

Your email address will not be published.