ନୟାଗଡ଼ ଜିଲ୍ଲାପାଳଙ୍କ ଓଡ଼ଗାଁ ବ୍ଳକ ଓ ତହସିଲ ଗସ୍ତ

43
  • ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶଙ୍କୁ ପାଠ ପଢ଼ାଇଲେ
  • ବାସନ୍ଦ ପରିବାରରଙ୍କୁ ଗାଁରେ ମିଶାଅ, ଭୂମିହୀନଙ୍କୁ ଭୂମି ପ୍ରଦାନ,
  • କୁରାଳ ଚଣ୍ଡି ପୋଖରୀ ସୌନ୍ଦର୍ଯ୍ୟ କରଣ,ଶରଣକୁଳ ସ୍ବଚ୍ଛତା ଉପରେ ଗୁରୁତ୍ବ

ଓଡ଼ଗାଁ, ୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ମଙ୍ଗଳବାର ଓଡ଼ଗାଁ ବ୍ଳକ ଓ ତହସିଲ ଗସ୍ତ ବେଳେ ସାମାଜିକ ବାସନ୍ଦ ପରିବାରରଙ୍କୁ ଗାଁରେ ମିଶାଅ, ଭୂମିହୀନଙ୍କୁ ଜମି ଦିଅ,ଚଣ୍ଡି ପୋଖରୀ ସୌନ୍ଦର୍ଯ୍ୟ କରଣ ଏବଂ ଶରଣକୁଳ ସ୍ବଚ୍ଛତା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ଓଡ଼ଗାଁ ପିଏମଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରଙ୍ଗଣୀପାଟଣା ପ୍ରାଥମିକ ବିଦ୍ୟାଳୟ ଏବଂ ୧ ଓ ୨ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ ବେଳେ ଶିଶୁଙ୍କୁ ପାଠ ପଢ଼ାଇଲେ।ପରେ କୁରାଳରେ ଅନ୍ତୋଦୟ ଗୃହ ଯୋଜନା ହିତାଧିକାରୀଙ୍କୁ ସାକ୍ଷାତ କରିଥିଲେ। କୁରାଳ ପଞ୍ଚାୟତ କାର୍ଯ୍ୟାଳୟ ବୁଲି ଦେଖିବା ସହିତ ନିକଟସ୍ଥ ହାଟ ଦେଖି ଚଣ୍ଡି ପୋଖରୀ ସୌନ୍ଦର୍ଯ୍ୟ କରଣ ନିମନ୍ତେ ପରାମର୍ଶ ଦେଇଥିଲେ।ପାଣ୍ଡେରିପଡା ପଞ୍ଚାୟତ ଜିପିଏଲ୍ଏଫ୍ ବିଲଡିଙ୍ଗ ଦେଖି ଓଡ଼ଗାଁ ବ୍ଳକ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ। ଶ୍ରାବଣ ମାସ ପରିପ୍ରେକ୍ଷୀରେ ଲଡୁବାବା ମହାଦେବଙ୍କ ବିଜେ ସ୍ଥଳୀ ଶରଣକୁଳର ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବା ସହିତ ଅଗଷ୍ଟ ମାସ ଶେଷ ସୁଦ୍ଧା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଖାଲି ପଡ଼ିଥିବା ପଦବୀ ପୂରଣ କରିବା ସହିତ ନିର୍ମାଣାଧୀନ କେନ୍ଦ୍ରର କାର୍ଯ୍ୟ ସାରିବାକୁ ମହିଳା ଓ ଶିଶୁ କଲ୍ୟାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅପରାହ୍ନରେ ଓଡ଼ଗାଁ ତହସିଲ କାର୍ଯ୍ୟାଳୟକୁ ଯାଇ ରାଜସ୍ବ ସମ୍ବନ୍ଧୀୟ ସମୀକ୍ଷା କରିବା ସହିତ ସଘନ ସଂଶୋଧନ, ଜନଗଣନା, ସୀମା ନିର୍ଦ୍ଧାରଣ, ଗ୍ରାମବାସୀଙ୍କ ଦ୍ବାରା ଆଲୋଚନା କରି ସାମାଜିକ ବାସନ୍ଦ ହୋଇଥିବା ପରିବାରଙ୍କୁ ଗାଁରେ ମିଶାଇବା ପାଇଁ ଉଦ୍ୟମ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ବସୁନ୍ଧରା ଯୋଜନା ଜରିଆରେ ଗୃହୋପଯୋଗୀ ଜମି ଯୋଗାଇ ଦେବା, ଅଭିଯୋଗ ଗୁଡ଼ିକର ତ୍ବରିତ ସମାଧାନ କରିବା ଏବଂ ସାପ କାମୁଡ଼ାରେ,ବଜ୍ରାଘାତରେ ଅଥବା ପାଣିରେ ବୁଡ଼ି ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ତଦାରଖ ସମୟରେ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ବିଡିଓ ପ୍ରିତିବାଳା ରଣା, ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ପବିତ୍ର ମୋହନ ସେଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave A Reply

Your email address will not be published.