ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ କାଶୀନଗର ବ୍ଲକ ସୀତାପୁର ମଣ୍ଡଳ ଅନ୍ତର୍ଗତ ରାଣିପେଣ୍ଠା ଗ୍ରାମ ଠାରେ ମାସିକ ମଣ୍ଡଳ ବୈଠକ ଓ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂଗଠନିକ ଆଲୋଚନା କରିବା ସହ ଏସ.ଆଇ.ଆର୍ ଭୋଟର ତାଲିକାରୁ ସଠିକ ଭୋଟର କିପରି ନକଟିବେ ଓ ଆଗମୀ ଦିନରେ କିପରି ଦଳ ପଞ୍ଚାୟତ ସ୍ତର ରେ ଅଧିକ ଶକ୍ତିଶାଳୀ ହୋଇ ନିର୍ବାଚନ ସମ୍ମୁଖୀନ ହେବ ମଞ୍ଚାସୀନ ଅତିଥି ମାନେ ଆଲୋକପାତ କରିଥିଲେ।
ଜିଲ୍ଲା ସାଧାରଣ ସଂପାଦକ ଜଗନ୍ନାଥ ମହାପାତ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ଉପ ସଭାପତି କେ. ନାରାୟଣ ରାଓ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ସି ଏଚ .ସୀମାଦ୍ରୀ , ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ , ସି ଏଚ ଲୋକୋନଥମ୍ମ୍ , ରକମ୍ ରାଜଲକ୍ଷ୍ମୀ , ବାବୁ ରାଓ , ମଣ୍ଡଳ ସଭାପତି କେ.ଜୀବନ , ଯୁବ ନେତା ପିନିଣ୍ଟୀ କିରଣ , ଦିବାକର ପ୍ରମୁଖ ଙ୍କ ସମେତ ଅନେକ କର୍ମୀ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.