ବେଆଇନ ବାଲି ଚାଲାଣ: ୪ ଟି ହାଇୱ୍ବା ଓ ୨ ଟି ଟ୍ରାକ୍ଟରକୁ ଜବତ କଲା ମାଇନିଙ୍ଗ ବିଭାଗ।

16

ବସ୍ତା ୪/୮: :ବସ୍ତା – ବାଲିଆପାଳରେ ବେଆଇନ ବାଲି ଚାଲାଣ ବିରୋଧରେ ମାଇନିଂ ବିଭାଗର ବଡ଼ ଧରଣର ଚଢ଼ାଉ। ୪ଟି ବାଲି ବୋଝେଇ ହାଇୱା ସହ ୨ଟି ଟ୍ରାକ୍ଟରକୁ ଜବତ କରିଛି ମାଇନିଂ ବିଭାଗ। ପଶ୍ଚିମବଙ୍ଗକୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ସୂଚନା ପାଇବା ପରେ ଏହି ଚଢ଼ାଉ କରା ଯାଇଥିଲା। ଏହି ଚଢ଼ାଉ ରେ ଜଳେଶ୍ୱର ଜୁନିୟର ମାଇନିଂ ଅଧିକାରୀ ଅଭିଷେକ ବେହେରା ଏବଂ ବସ୍ତା ମାଇନିଂ ଅଧିକାରୀ ତାପସ କୁମାର ବେହେରାଙ୍କ ନେତୃତ୍ୱରେ ମିଳିତ ଭାବରେ ବସ୍ତା–ବାଲିଆପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ବେଆଇନ ଭାବେ ବାଲି ବୋଝେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ୪ଟି ହାଇୱା ଓ ୨ଟି ଟ୍ରାକ୍ଟରକୁ ଧରିଥିଲେ। ୨ଟି ହାଇୱାକୁ ବସ୍ତା ଥାନାରେ ଅଟକ ରଖାଯାଇଥିବା ବେଳେ, ଅନ୍ୟ ୨ଟି ହାଇୱା ସହ ୨ଟି ଟ୍ରାକ୍ଟରକୁ ବାଲିଆପାଳ ଥାନାରେ ଜିମା ଦିଆଯାଇଛି। ବାଲେଶ୍ୱର ଜିଲ୍ଲାରୁ ପଶ୍ଚିମବଙ୍ଗକୁ ଦୀର୍ଘଦିନ ଧରି ବେଆଇନ ବାଲି ଚାଲାଣ ହେଉଥିବା ଅଭିଯୋଗ ଆସୁଥିବା ବେଳେ, ମାଇନିଂ ବିଭାଗର କାର୍ଯ୍ୟାନୁଷ୍ଠାନ ପରେ ବାଲି ମାଫିଆଙ୍କ ମଧ୍ୟରେ ଛନକା ପଶିଛି। ଆଗାମୀ ଦିନରେ ବେଆଇନ ଖଣିଜ ପରିବହନ ବିରୋଧରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ମାଇନିଂ ବିଭାଗ ସୂଚନା ଦେଇଛି।

Leave A Reply

Your email address will not be published.