ରାସଗୋବିନ୍ଦପୁର ୪/୮: ବିଭିନ୍ନ ସ୍ଥାନରୁ ଗହଣା ଚୋରି କରି ବିକିବା କୁ ନେଉଥିବା ବେଳେ, ଧରିନେଲା ପୋଲିସ। ସୂଚନା ମୁତାବକ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦ ପୁର ଥାନା ଅନ୍ତର୍ଗତ ମାଣିଦା ସ୍ଥିତ କୃଷ୍ଣ ଚନ୍ଦ୍ର ଜୂଏଲାର୍ ଦୋକାନ ରେ ଗତ ମାସ ୨୬ ତାରିଖ ମଧ୍ୟ ରାତିରେ ହୋଇଥିବା ଗହଣା ଲୁଟ ଘଟଣାର ତଦନ୍ତ ଜାରି ଥିବାବେଳେ ଆଜି କମାରଡିହା ପଞ୍ଚାୟତର ବଡାମ ଛକ ନିକଟରୁ ଚୋରି ଗହଣା ବିକିବାକୁ ନେଲାବେଳେ ପୋଲିସ ପେଟ୍ରୋଲିଙ୍ଗ କଲାବେଳେ ଏକ ପୋଲସର ବାଇକ୍ ଯାହାର ନମ୍ବର OD 01 AW 1849 ରେ ଯାଉଥିବା ୨ ଯୁବକଙ୍କୁ ପୋଲିସ ସନ୍ଦେହରେ ଅଟକାଇ ଯାଞ୍ଚ କଲା ରୁ ତାଙ୍କ ଠାରୁ ପ୍ରାୟ ୩୮୫ଗ୍ରାମ ରୂପା ଓ ଠାକୁରାଣୀ ଙ୍କ ମୁକୁଟ ସହ ଅନ୍ୟାନ୍ୟ ଅଳଙ୍କାର ଜବଦ୍ ଅଳଙ୍କାର ଜବଦ୍ କରିଥିଲେ। ତେବେ ଜୂଏଲାରୀ ଦୋକାନ ରୁ ଲୁଟ କରିଥିବା ମୁଖ୍ୟ ଅଭିଯୁକ୍ତ ସେକ୍ କାଲା ଠାରୁ ୭୫୦ ଗାମ ରୂପା ଅଳଂକାର,୩୫ଟି ପଲା ସହ ୯ଗୋଟି ମୋବାଇଲ ଫୋନ ଜବତ ହୋଇଥିଲା।ଏପଟେ ଚେକିଂ ବେଳେ ଧରାପଡ଼ିଥିବା ୨ଯୁବକ ସେକ ସୁଲତାନ ଖାଁ( ୨୨)ଓ ଚାନ୍ଦ ନାଜିମ୍ ଖାଁ (୨୫)କୁ ରାସଗୋବିନ୍ଦପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଏହି ଲୁଟେରା ମାନେ ବୈଶିଙ୍ଗା ଥାନା ଅନ୍ତର୍ଗତ ଗୋବିନ୍ଦପୁରା ଅଞ୍ଚଳ ର ବୋଲି ଏସଡିପିଓ ମିନତି ବିଶ୍ୱାଳ ସୂଚନା ଦେଇଛନ୍ତି।ଏ ବାବଦରେ ରାସଗୋବିନ୍ଦପୁର ଥାନା ରେ ଦୁଇଟି ପୃଥକ ପୃଥକ ମାମଲା ଯାହା ଥାନା କେଶ୍ ନମ୍ବର ୪୧୨/୨୦୨୬ ଓ ୪୦୧/୨୦୨୬ ମୂଳେ ମକଦ୍ଦମା ରୁଜୁ କରାଯାଇ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ରାସଗୋବିନ୍ଦପୁର ପୋଲିସ। ତେବେ ସେକ୍ କାଲା ନାମରେ ବିଭିନ୍ନ ଥାନାରେ ୧୬ ରୁ ଅଧିକ ମାମଲା ଥିବା ପୋଲିସ କହିଛି।
Sign in
Sign in
Recover your password.
A password will be e-mailed to you.