ଶାସ୍ତ୍ରୀ ସ୍ମୃତି ପାଠାଗାର ଆନୁକୂଲ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା

43

କେନ୍ଦୁଝର: ୦୨/୦୮/୨୦୨୬– ଆଗାମୀ ସ୍ଵାଧୀନତା ଦିବସ ଅବସରରେ ଆଞ୍ଚଳିକ ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଆଗାମୀ ଦିନର ବଡ ବଡ ପରୀକ୍ଷାର ଢାଞ୍ଚା ସହିତ ସେମାନଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରତିଯୋଗିତା ସ୍ଥାନୀୟ ବ୍ରହ୍ମେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, କୁଣ୍ଢେଇ ଠାରେ ଅନୁଷ୍ଠିତ ହେବ।

ହରିଚନ୍ଦନ ପୁର ବ୍ଲକ୍ ଅନ୍ତର୍ଗତ, ଜୁଙ୍ଗା ଗ୍ରାମ ପଞ୍ଚାୟତର ନିତ୍ୟାନନ୍ଦ ପୁର ଗାଁ ସ୍ଥିତ ଶାସ୍ତ୍ରୀ ସ୍ମୃତି ପାଠାଗାର ଆନୁକୂଲ୍ୟରେ ଏ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ପ୍ରତି ବର୍ଷ ସ୍ଵାଧୀନତା ଦିବସ ଏବଂ ସାଧାରଣ ତନ୍ତ୍ର ଦିବସ ଅବସରରେ ଏପରି ପ୍ରତିଯୋଗିତା କରାଯାଇଥାଏ। ଆଖ ପାଖ ଗାଁର କେତେକ ଶିକ୍ଷିତ ଏବଂ ସଚେତନ ନାଗରିକଙ୍କ ଆର୍ଥିକ, ଶାରୀରିକ ଏବଂ ମାନସିକ ସହଯୋଗରେ ଏହା କରାଯାଇଥାଏ। କୃତି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପାଠ୍ୟ ଉପକରଣ ପୁରସ୍କାର ଆକାରରେ ଦିଆ ଯାଇଥାଏ।

ଆଗାମୀ ସ୍ଵାଧୀନତା ଦିବସ ଅବସରରେ ପିଲାଙ୍କ ମଧ୍ୟରେ କୁଇଜ୍, ବକ୍ତୃତା ଏବଂ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା କରାଯିବ। କୃତି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାରର ପାଠ୍ୟ ଉପକରଣ ଏବଂ କପ୍ ପୁରସ୍କାର ଆକାରରେ ଦିଆଯିବ।

ଆଞ୍ଚଳିକ ବିଦ୍ୟାଳୟ ଯଥା – ବଲାଣି ପଶି ବିଦ୍ୟାଳୟ, କୁଣ୍ଢେଇ ଉଚ୍ଚ ବିଦ୍ୟାଳୟ, ଭଗାମୁଣ୍ଡା ବିଦ୍ୟାଳୟ, ଡିମିରି ନାଳି ବିଦ୍ୟାଳୟ, ଦଣ୍ଡସେଣା ପଶି ବିଦ୍ୟାଳୟ, କାବେରୀ ପଶି ବିଦ୍ୟାଳୟ, ଜୁଙ୍ଗା ବିଦ୍ୟାଳୟ ଏବଂ କାଳିମାଟି ବିଦ୍ୟାଳୟ, ବକ୍ସି ବାଲିଗାଁ ଛାତ୍ରଛାତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରତିଯୋଗିତାର ଆବାହକ ଶ୍ରୀମାନ ଲକ୍ଷ୍ମଣ ମହାନ୍ତ ଏବଂ ସହଯୋଗୀ ଶ୍ରୀମାନ ମଧୁସୂଦନ ଘଣା, ଶ୍ରୀମାନ ଗଣେଶ୍ଵର ମହାନ୍ତ, ଶ୍ରୀମାନ ରାମଚନ୍ଦ୍ର ମହାନ୍ତ, ଶ୍ରୀମାନ ତୁଷାର ଭୁଷଣ ମହାନ୍ତ, ଶ୍ରୀମାନ ଲକ୍ଷ୍ମୀକାନ୍ତ ମହାନ୍ତ ( ଲୁଲୁ),
ଶ୍ରୀମାନ ଲକ୍ଷ୍ମୀଧର ମହାନ୍ତ, ଶ୍ରୀମାନ ମନୋଜ କୁମାର ପଟେଲ୍ ଅନୁରୋଧ କରିଛନ୍ତି। ତା’ ସାଙ୍ଗକୁ ସମସ୍ତ ବିଦ୍ୟାଳୟର ଶିକ୍ଷକ ମାନଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି।

Leave A Reply

Your email address will not be published.