କେନ୍ଦ୍ରାପଡା:02/08(ପ୍ରଫୁଲ୍ଲ କୁମାର ମଲ୍ଲ) ଗତ କିଛି ଦିନ ତଳେ ଡେରାବିଶ ଥାନା ଅନ୍ତର୍ଗତ ଫକିରାବାଦ ଅଞ୍ଚଳରେ ଘଟିଥିବା ଏକ ଘରୁ ଚୋରି ଘଟଣାରେ ଡେରାବିଶ ପୋଲିସ ବଡ଼ ସଫଳତା ହାସଲ କରିଛି। ଏହି ମାମଲାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଚୋରି ହୋଇଥିବା ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଡେରାବିଶ ଥାନା କେସ ନଂ– ୧୭୪/୨୬ ଅନୁସାରେ ଏହି ଘଟଣାର ତଦନ୍ତ କରାଯାଉଥିଲା। ତଦନ୍ତ ସମୟରେ ସନ୍ତୋଷ ମଲ୍ଲିକ, ପର୍ଶୁରାମ ସାହୁ ଓ ଉପେନ୍ଦ୍ର ସାହୁଙ୍କୁ ଗିରଫ କରାଯାଇଥିଲା।ଅଭିଯୁକ୍ତ ମାନଙ୍କ ନିକଟରୁ ୨ଟି ମୁଦି, ୧ଟି ସୁନା ହାର, ୨ଟି କାନଫୁଲ, ୧ଟି ଚିତା, ୨ଟି ମୋବାଇଲ ଫୋନ୍ ଏବଂ ୧ଟି ଓଜନ ମାପକ ମେସିନ ଜବତ କରାଯାଇଛି। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୩୧(୪) ଓ ୩୦୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିରଫ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ଡେରାବିଶ ପୋଲିସ ପକ୍ଷରୁ ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.