ଯୁବ ଛାତ୍ର ବିଜେଡି ପକ୍ଷରୁ ସୁନ୍ଦରଗଡରେ “ହକ ମାଗୁଛି ଓଡିଶା” 

0

 ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :-କେନ୍ଦ୍ର ସରକାରଙ୍କ ଓଡିଶା ଓ ଓଡ଼ିଆଙ୍କ ପ୍ରତି ବୈମାତୃକ  ମନୋଭାବକୁ ପ୍ରତିବାଦ କରି ଆଜି ସୁନ୍ଦରଗଡ଼ ଡିଆରଡିଏ ଛକ ଠାରେ ବିଜୁ ଛାତ୍ର ଜନତା ଦଳ ତରଫରୁ ହକ ମାଗୁଛି ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |ଜିଲ୍ଲା ବିଜୁ ଯୁବ ଦଳର ସଭାପତି ଦେବେନ୍ଦ୍ର ମାଝୀ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ରାଜ୍ୟ ସମ୍ପାଦକ ସୁମନ୍ତ ପଣ୍ଡା, ଛାତ୍ର ଜନତା ଦଳ ପଶ୍ଚିମ ଓଡିଶା ଜୋନ ସଭାପତି ବୌକୁଣ୍ଠ ନାଏକ, ବିଜୁ ଛାତ୍ର ଜନତା ରାଜ୍ୟ ସମ୍ପାଦକ ଶିବାଜୀ ନାଏକଙ୍କ ସହିତ ବହୁ ନେତା ଓ କର୍ମୀ ଉପସ୍ଥିତ ରହି ଥିଲେ| ,ଆଦିବାସୀ ଛାତ୍ରଛାତ୍ରୀମାନେ ଗତ ଦୁଇ ବର୍ଷରୁ କେନ୍ଦ୍ର ସରକାର ବୃତ୍ତି ବନ୍ଦ କରିଦେଇଛନ୍ତି ,ଏହା ସହ କୋଇଲାରୁ ରୟାଲଟି  ଦିଆଯିବ ବୋଲି ଘୋଷଣା କରାଯାଇଥିଲା |  ଧାନର ସହାୟକ ମୂଲ୍ୟ୨୬୯୦ ଟଙ୍କା କରାଯିବ ବୋଲି କେନ୍ଦ୍ର ପ୍ରତିଶ୍ରୁତି ପାଳନ କରିନାହାନ୍ତି |  ଅନ୍ୟପଟେ ନବୀନ ସରକାର ରାଜ୍ୟରେ ବିକାଶ କରିଛନ୍ତି ବୋଲି ସବୁନେତା କେନ୍ଦ୍ରରେ ବିଜେପି ସରକାର ଉପରେ ବର୍ଷିଥିଲେ | 

http://www.youtube.com/watch?v=fMlk0XQ68s4 

ଏହି ଅବସରରେ ବରିଷ୍ଠ ବିଜେଡି ନେତା ଜନ୍ମଜୟ ମହାପାତ୍ର, ଜୟ ନାରାୟଣ ତ୍ରିପାଠୀ, ହରବିନ୍ଦର ସିଂ ସମେତ ବିଜୁ ଛାତ୍ର ଓ ଯୁବ ଜନତା ଦଳର ବହୁ କର୍ମୀ ସାମିଲ ହୋଇଥିଲେ |

Leave A Reply

Your email address will not be published.