ପ୍ରୟାସ ଗ୍ରୁପ ତରଫରୁ ମାଗଣା ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

0

 ବଡ଼ବିଲ(ଚିତ୍ତ ରଞ୍ଜନ କର): ବଡ଼ବିଲ ଅଞ୍ଚଳର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ପ୍ରୟାସ ତରଫରୁ ଆଜି ଗରିବ ଜନସାଧାରଣଙ୍କ ନିମନ୍ତେ ମାଗଣା ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଯାଇଛି। ଆଜି ଅପରାହ୍ନରେ ବଡ଼ବିଲ ସରକାରୀ ଡାକ୍ତରଖାନା ପରିସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ଆମ୍ବୁଲାନ୍ସକୁ ଲୋକାର୍ପିତ କରାଯାଇଛି। ଏସ ଏନ ମହାନ୍ତି କମ୍ପାନୀ ଏହି ଆମ୍ବୁଲାନ୍ସ ଯୋଗାଇ ଦେଇଥିବା ବେଳେ ଏହାର ତଦାରଖ ପ୍ରୟାସ ଗ୍ରୁପ କରିବ ଏବଂ ଏହି ଆମ୍ବୁଲାନ୍ସ ନିମ୍ନ ଆୟକାରୀ ଲୋକଙ୍କୁ ୨୪ ଘଣ୍ଟା ସେବା ଯୋଗାଇବ ବୋଲି ପ୍ରୟାସ ଗ୍ରୁପର ସଭାପତି ଶୈଳେଶ କର୍ମକାର କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଏସ ଏନ ମହାନ୍ତି କମ୍ପାନୀର ପଦାଧିକାରୀ ସି ବାବୁ ଯୋଗଦେଇ ଭବିଷ୍ୟତରେ ବିଭିନ୍ନ ସମାଜସେବା କାର୍ଯ୍ୟରେ ତାଙ୍କ କମ୍ପାନୀ ସହଯୋଗ କରିବ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରୟାସ ଗ୍ରୁପର ଇନ୍ଦ୍ରଦେଵ ଯାଦବ,  ରାମୁ କର୍ମକାର, ଅନୀଲ ସିନହା, ଅକ୍ଷୟ ସାହୁ, ରିତେଶ ଜୈସୱାଲ ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.