ମୟୁରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।: ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ରେ ଶିକ୍ଷା ଓ ଛାତ୍ରଛାତ୍ରୀ କଲ୍ୟାଣ ଦିଗରେ ଆଉ ଏକ ବଡ଼ ପଦକ୍ଷେପ। ନେଇ ଛନ୍ତି ବିଧାୟକ ଭାଦ୍ରବ ଚନ୍ଦ୍ର ହାଁସଦା,।ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ସାରସକଣାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାରସକଣା ବିଧାୟକ ଭାଦବ ଚନ୍ଦ୍ର ହାଁସଦାଙ୍କ କର କମଳରେ।

ସୂଚନା ଅନୁଯାୟୀ, ବୀଣାପାଣି ବାଳିକା ଉଚ୍ଚ ବିଦ୍ୟାଳୟଠାରେ 120 ଶଯ୍ୟା ବିଶିଷ୍ଟ ଏକ ନୂତନ ଛାତ୍ରୀନିବାସର ଆନୁଷ୍ଠାନିକ ଉଦ୍ଘାଟନ ହୋଇଛି। ଏଠାରେ ରହୁଥିବା ଛାତ୍ରୀମାନଙ୍କ ପାଇଁ ସରକାରଙ୍କ ତରଫରୁ ମାଗଣା ବହି, ପୋଷାକ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ।ସେହିପରି ସୀମାନ୍ତ ମହାବିଦ୍ୟାଳୟ, ଝାରପୋଖରିଆଠାରେ ପ୍ରାୟ 30 ଲକ୍ଷ ଟଙ୍କା ବ୍ୟରେ ନିର୍ମାଣ ହେବାକୁ ଥିବା ଭୋଜନ କକ୍ଷ ଓ ଅଧ୍ୟନ କକ୍ଷର ଶିଳାନ୍ୟାସ କରାଯାଇଛି।
ଏହାବ୍ୟତୀତ ପୁରୁଣାପାଣି ସୀମାନ୍ତ ନୂତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ ଝାରପୋଖରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ 50 ଶଯ୍ୟା ବିଶିଷ୍ଟ ନୂତନ ଛାତ୍ରାବାସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ଏହି ଅଞ୍ଚଳରେ ଶିକ୍ଷାର ବିକାଶ ଓ ସାକ୍ଷରତା ହାର ବୃଦ୍ଧି କରିବାରେ ଏହି ପ୍ରକଳ୍ପଗୁଡ଼ିକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବିଧାୟକ ଶ୍ରୀ ହାଁସଦା ପ୍ରକାଶ କରିଛନ୍ତି।