ୟନେକ୍ସ ସନରାଇଜ ସର୍ବ ଭାରତୀୟ ଜୁନିୟର ବ୍ୟାଡ ମିଣ୍ଟନ ପ୍ରତିଯୋଗିତା

19

….

  • ବାଳିକା ଫାଇନାଲ ରେ ଦୀକ୍ଷା ଏସ. ଆର. ଓ ପାରୁଲ ଚୌଧୁରୀ…
  • ବାଳକ ଫାଇନାଲ ରେ ନିଶ୍ଚଲ ଚାନ୍ଦ ଓ ଟି. ଜ୍ଞାନ ଦତ୍ତ୍ତୃ

ଭୁବନେଶ୍ୱର,୩୧ /୭ – ଭୁବନେଶ୍ୱର କଳିଙ୍ଗ ଷ୍ଟଡିୟମର ଡାଲମିଆ ଭାରତ ଗୋପିଚାନ୍ଦ ବ୍ୟାଡ ମିଣ୍ଟନ ଉତ୍କର୍ଷ କେନ୍ଦ୍ର (ସଟଲ) ଠାରେ ଚାଲିଥିବା ୟନେକ୍ସ ସନରାଇଜ ସମସ୍ତ ସେମି ଫାଇନାଲ ମେଚ ସମାପ୍ତ ହୋଇଯାଇ ୧ ତାରିଖ ହେବାକୁଥିବା ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇ ଯାଇଛି ।
ଆଜି ଏହି ଜାତୀୟ ରେଙ୍କିଙ୍ଗ ଟୁର୍ନାମେଣ୍ଟ ବାଳିକା ସେମି ଫାଇନାଲ ରେ ତାମିଲନାଡୁ ର ଦୀକ୍ଷା ଏସ. ଆର ନିଜ ରାଜ୍ୟ ର ଆଦର୍ଶିନୀ ଶ୍ରୀ ଙ୍କୁ 15-13,12-15,15-4 ହରାଇ ଅନ୍ୟ ସେମିଫାଇନାଲ ରେ କର୍ଣ୍ଣାଟକ ର ସାଇନା ମାନିମୁଥୁ ଙ୍କୁ ସିଧାସଳଖ ଦୁଇ ଟି ଗେମ ରେ ହରାଇଥିବା ପାରୁଲ ଚୌଧୁରୀ ଙ୍କୁ ଫାଇନାଲ ମୁକାବିଲା ରେ ଭେଟିବେ l

ବାଳକ ସିଙ୍ଗଲ ଫାଇନାଲ ଉତ୍ତରାଖଣ୍ଡର ନିଶ୍ଚଳ ଚାନ୍ଦ ଓ ତେଲେଙ୍ଗାନା ର ଟି. ଜ୍ଞାନଦତ୍ତ୍ତୃ ଙ୍କ ମଧ୍ୟ ରେ ଅନୁଷ୍ଠିତ ହେବ l

ମିକ୍ସଡ଼ ଡବଲସ ଫାଇନାଲ ଖେଳ ଛତିଶଗଡ ତାମିଲନାଡୁ ଯୋଡି ଦିବ୍ୟାନସ ଅଗ୍ରୱାଲ ଓ ଭାମା ପ୍ରଭୁଆନନ୍ଦ ଦିଲ୍ଲୀ ଉତ୍ତରାଖଣ୍ଡ ଯୋଡି ଯୋଗନ୍ସ ସିଂ ଓ ଅନ୍ୟା ବିସ୍ତ ଙ୍କ ମଧ୍ୟ୍ୟ ରେ ଅନୁଷ୍ଠିତ ହେବ l

ବାଳିକାବିଭାଗ ର ଡବଲସ ସେମିଫାଇନାଲ ରେ ଉତ୍ତରାଖଣ୍ଡ ର ଆନ୍ୟା ବିସ୍ତ ଓ ଆଞ୍ଜେଲ ପୁନେରା ତାମିଲନାଡୁ କର୍ଣ୍ଣାଟକ ଯୋଡି ବର୍ଣ୍ଣl ପ୍ରଭୁଆନନ୍ଦ ଓ ସୁହୀନ ରୟ ଙ୍କୁ 16-18,15-8 ଓ 15-5 ପଏଣ୍ଟ ରେ ହରାଇ ଫାଇନାଲ ରେ ପହଞ୍ଚିଛନ୍ତି l ଏହି ବିଭାଗ ର ଦ୍ଵିତୀୟ ସେମିଫାଇନାଲ ରେ କର୍ଣ୍ଣାଟକ ଯୋଡି ଦୀପକ ରାଜ ଅଦିତି ଓ ପୋନ୍ନାମ୍ମା ବି ଭି ବୃଦ୍ଧି ତେଲେଙ୍ଗାନା ତାମିଲନାଡୁ ଯୋଡି ଲକ୍ଷ୍ମୀ ରିଧିମା ଓ ଅଞ୍ଜନା ମାଣିକନ୍ଦମ ଙ୍କୁ 15-8, 15-13 ପଏଣ୍ଟ ହରାଇ ଫାଇନାଲ ରେ ପହଞ୍ଚିଛନ୍ତି l

ବାଳକ ଡବଲସ ସେମି ଫାଇନାଲ ରେ କେରଳ ଦିଲ୍ଲୀ ଯୋଡି ଆଥିସ ଶ୍ରୀନିବାସ ପି ଭି ଓ ଯୋଗନ୍ସ ସିଂ ଆନ୍ଧ୍ର ତେଲେଙ୍ଗାନା ଯୋଡି ଅଭିଷେକ ବୋନୁ ଓ ସାଇ ସିଦ୍ଧାର୍ଥ ଙ୍କୁ 11-15,15-8 ଏବଂ 20-18 ରେ ହରାଇ ଫାଇନାଲ ରେ ପହଂଚିଛନ୍ତି l ଏହି ବିଭାଗ ର ଦ୍ଵିତୀୟ ସେମି ରେ କର୍ଣ୍ଣାଟକ ଯୋଡି ପବନ ଏସ. ଓ ପୁନିଥ ଏସ. ଛତିଶଗଡ ଓ ମଣିପୁର ଯୋଡି ଦିବ୍ୟାନସ ଅଗ୍ରୱାଲ ଓ ଅମରଜିତ ସିଂ ଙ୍କୁ ସିଧାସଳଖ 15-9 ଓ 15-12 ପଏଣ୍ଟ ରେ ହରାଇ ଫାଇନାଲ ରେ ପହଂଚିଛନ୍ତି l ସୁରୁଲାଲ ମଟାରୀ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଆଜି ସେମି ଫାଇନାଲ ରେ ପରାସ୍ତ ହୋଇ ପ୍ରଜିଯୋଗୀତା ରେ ତୃତୀୟ ସ୍ଥାନ ଅଧିକାର କରିଥିବା ଖେଳାଳିଙ୍କୁ ବ୍ରୋଞ୍ଜ ପଦକ ଓ ମାନପତ୍ର ସହ ପୁରସ୍କାର ରାଶି ପ୍ରଦାନ କରାଯାଇ ଥିଲା l ସଫଳ ଆୟୋଜନ ପାଈଁ କାମ କରୁଥିବା ରାଜ୍ୟ ଓ ଜାତୀୟ ସ୍ତର ର ଟେକ୍ନିକାଲ ଅଫିସିଏଲ, ମୁଖ୍ୟ ରେଫରୀ ଡେପୁଟି ରେଫରୀ, ମେଚ କଂଟ୍ରୋଲର ଓ ସ୍ବେଛାସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

1 ତାରିଖ ଦିନ ସମସ୍ତ ବିଭାଗ ର ଫାଇନାଲ ଖେଳ ପୂର୍ବାହ୍ନ ୧0 ଘଣ୍ଟା ସମୟ ରେ ଆରମ୍ଭ ହେବ ଏବଂ ପରେ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜନ ହେବ ବୋଲି

ଓସବା ସଂପାଦକ ତଥା ପ୍ରତିଯୋଗିତା ର ନିର୍ଦେଶକ ନିଳିନ କୁମାର ଜଣାଇଛନ୍ତି । ଏହି ପ୍ରତିଯୋଗିତାରେ ଚିପ୍ ରେଫରି ତ୍ରିଲୋକ ଶୁକ୍ଲା, ଡେପୁଟି ରେଫରି ଭାବରେ ମାଧବ ନାରାୟଣ ଓ ପ୍ରଣବ ବିଷ୍ଣୋଇ, ମ୍ୟାଚ କଂଟ୍ରୋଲ ଭାବେ ସନ୍ଦିପ ହେବଲେ ଦାୟିତ୍ୱ ତୁଳାଉଥିବା ବେଳେ ଓଡିଆ ରେଫରି ବିଜୟ କୁମାର ବାଗ ବୈଷୟିକ ସହାୟକ ଭାବେ କାମ କରୁଛନ୍ତି ।

Leave A Reply

Your email address will not be published.