ବଲାଙ୍ଗିର ରେ ହକ ମାଗୁଛି ଓଡିଶା କାର୍ଯ୍ୟକ୍ରମ 

0

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗିର ବିଜୁ ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ହକ ମାଗୁଛି ଓଡିଶା ଅଭିଯାନ କାର୍ଯ୍ୟକ୍ରମ ସ୍ଥାନୀୟ କଚେରି ଛକ ଠାରେ ଅନୁଷ୍ଠିତ  ହୋଇଯାଇଅଛି । ଜିଲ୍ଲା ବିଜେଡି ଯୁବ ସଭାପତି ଲୋଟସ ଷଡଙ୍ଗି ଏବଂ ଛାତ୍ର ସଭାପତି ଗୁଞ୍ଜ ଖାନ୍ ଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଭିଯାନରେ  ଭାରତୀୟ ଜନତା ପାର୍ଟି( ବିଜେପି ) ନେତୃତ୍ୱାଧିନ କେନ୍ଦ୍ର ସରକାର କିଭଳି ଭାବରେ ଓଡିଶା ପ୍ରତି ଚରମ  ଅବହେଳା ଦେଖାଇ ଆସୁଛନ୍ତି ସେ ବିଷୟରେ ବିଜେଡିର ସକ୍ରିୟ  ସଭ୍ୟ ମାନେ ନିଜ ନିଜର ମତ ଉପସ୍ଥାନପନ କରିଥିବା ସଙ୍ଗେ ସଙ୍ଗେ ବିଜେପି ଦଳକୁ ବହିସ୍କାର କରିବା ପାଇଁ ଜନସାଧାରଣଙ୍କୁ ନେବେଦନ କରିଥିଲେ । ପ୍ରତିବର୍ଷ କେନ୍ଦ୍ର ଓଡିଶାରୁ କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ କରୁଥିଲେ ସୁଦ୍ଧା ରାଜନୈତିକ ଅବିସନ୍ଧି ରଖି ଓଡିଶା ପ୍ରତି ଅବହେଳା କରିଆସିଛି । ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ ବିଜେପିର ୨୦୧୪ ନିର୍ବାଚନ ଇସ୍ତାହାରରେ ପ୍ରଥମ ଏଜେଣ୍ଡା କିନ୍ତୁ ଚୌକି ପାଇଁ ବିଜେପି ସେ ପ୍ରତିଶୃତିକୁ ଭୁଲିଗଲା । କ୍ଷମତାକୁ ଆସିବା ପୂର୍ବରୁ ବାର୍ଷୀକ ୨ କୋଟି ନେଯୁକ୍ତି ଦେବ ବୋଲି ବିଜେପି ପ୍ରତିଶୃତି ଦେଇଥିଲା କିନ୍ତୁ ନିଜ ପ୍ରତିଶୃତିକୁ ମଧ୍ୟ ରଖ୍ର ପରିଲା ନାହିଁ । ଓଡିଶାର ଜୀବନରେଖା ମହାନଦୀ କୁ ନେଇ ବିଜେପି ଘୃଣ୍ୟ ରାଜନୀତି କରୁଛି ବୋଲି ନେତା ମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ଉପସଭାପତି ସାଗର ସଙ୍ଗମ ସତପଥି, ସାଧାରଣ ସମ୍ପାଦକ ମନିଷ ମିଶ୍ର, ସାଧାରଣ ସମ୍ପାଦକ ସନ୍ତୋଷ ଦନ୍ତା, ନିଳୀମା ପୁଟେଲ, ରାଜୁ ବାଗ, ନାରାୟଣ ସେଠ୍. ସନ୍ତୋଷ ପଧାନ , ନଗର ସଭାପତି ଦୀପକ ପଣ୍ଡା, ଉପସଭାପତି ପ୍ରମୋଦ ବହିଦାର, ତେଜରାଜ ଚୌଧୁରି, ସୁଦାମ ବିଶି, ରାଜେନ୍ଦ୍ର ହୋତା, ନିହାର ରଞ୍ଜନ ସ୍ୱାଇଁ, ପୌରାଧ୍ୟକ୍ଷା ସନ୍ତୋଷିନି ବେହେରା, ଉପାଧ୍ୟକ୍ଷା ଲିପିଶ୍ରୀ ସାଏ, ନରହରି ରାଉତ, ସରିତା ଦାଶ,  ଉପେନ ଦିପ୍,ଅଶ୍ୱିନୀ ପୁଟେଲ, ନୁତନ ସେନ୍ଦ୍ରୀଆ,  ଗିତାଞ୍ଜଳି ବାରଡ, ସତ୍ୟ ନାୟକ, ମମତା ଜେନା, ସୁଜାତା ଦାଶ, ମୁନା ଖାଁ, ଆଇନ ଜୀବି ଜୟରାମ ମିଶ୍ର, ଆଇନ ଜୀବି ଅଶୋକ ମହାନ୍ତି, ନରସିଂହ ବାଗ, କୈଳାଶ ମହାନ୍ତି, ବୁଲୁ ରାଉତରାଏ, ମହେନ୍ଦ୍ର ବାଗ, ମୁନୁ ପୋଢ, ଟିକୁ ପରିଛା, ପୃଥ୍ୱୀରାଜ ବରାଡ, ଦିଲିପ ସ୍ୱାଇଁ, ସବିର ତାଣ୍ଡି, ଜଗନ୍ନାଥ ମିଶ୍ର, ଦେବେନ ପାତ୍ର, ମଧୁ ବନଛୋର ପ୍ରମୁଖ ଯୋଗଦାନ କରିଥିଲେ । 

Leave A Reply

Your email address will not be published.