ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ପ୍ରତିବାଦରେ ସାମାଜିକ ସଂଗଠନ ପକ୍ଷରୁ ପ୍ରତିବାଦ ସଭା

0

ଦୁଇ ଫେରାର ଅଭିଯୁକ୍ତଙ୍କୁ ଗିରଫ ନକଲେ ବଲାଙ୍ଗୀର ବନ୍ଦ ଚେତାବନୀ  

ବଲାଙ୍ଗୀର/ Niroj Misra- କର୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧି ଓ କ୍ୟାମେରାମ୍ୟାନ୍ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନର ଶିଥିଳତା ନେଇ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ସୋମବାର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସ୍ୱେଚ୍ଛାସେବୀ ସଙ୍ଗଠନ ବିଙ୍ଗ୍ ହୁ୍ୟମାନ୍ ଫାଉଣ୍ଡେସନ୍ର ସଭାପତି ସୋମନାଥ ମିଶ୍ରଙ୍କ ଆବାହକତ୍ୱରେ ତଥା ଜିଲା ଓକିଲ ସଂଘ ସଭାପତି ଅଶୋକ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଗଣଧାରଣାରେ ବହୁ ସାମାଜିକ, ସ୍ୱେଚ୍ଛାସେବୀ ଓ ସାଂସ୍କୃତିକ ସଙ୍ଗଠନର ପ୍ରତିନିଧି ଯୋଗଦାନ କରିଥିଲେ । ଏହି ପ୍ରତିବାଦ ସଭାକୁ ନାଗରିକ କମିଟି ସମ୍ପାଦକ ବିଷ୍ଣୁପ୍ରସାଦ କେଡିଆ ପରିଚାଳନା କରିଥିଲେ । ଗତ ୧୪ ତାରିଖ ଦିନ ଟିଭି ଗଣମାଧ୍ୟମ ପ୍ରତିନିଧି ଚନ୍ଦ୍ରଭାନୁ ମୋଲାଣା ଓ ଟିଭି କ୍ୟାମେରାମେନ୍ ଅମରଜିତ୍ ବେହେରା ବଲାଙ୍ଗୀର ମୁନିସିପଲିଟି ଅନ୍ତର୍ଗର୍ତ ବିଷ୍ଣୁମୁଣ୍ଡା ଠାରେ ପାନୀୟ ଜଳଯୋଗାଣ ଖବର ସଂଗ୍ରହ କରୁଥିବାବେଳେ ୪/୫ ଜଣ ଯୁବକ ଉଭୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଅଭିଯୁକ୍ତ ସୁନୀଲ ପଟେଲ, ସୁରଜ ପଟେଲ ଓ ମନୋଜ ନାଏକଙ୍କ  ସହ ଅନ୍ୟମାନେ ଗଣମାଧ୍ୟମ ପ୍ରତିନିଧି ଶ୍ରୀ ମୋଲାଣାଙ୍କ ତନ୍ଟିକୁ ଚିପି ହତ୍ୟା ଉଦ୍ୟମ କରିଥିଲେ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ମନୋଜ ନାଏକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ ମଧ୍ୟ ଅନ୍ୟ ଦୁଇ ମୁଖ୍ୟ ଅଭିଯୁକ୍ତ ସୁରଜ ଓ ସୁନୀଲଙ୍କୁ ଗିରଫ କରିନାହିଁ । ଏହାର ପ୍ରତିବାଦରେ ଅନୁଷ୍ଠିତ ଗଣଧାରଣାରେ ସମାଜସେବୀ ବିକ୍ରମାନନ୍ଦ ବହିଦାର, ଆକ୍ସନ କମିଟିର ଗୋପାଲଜୀ ପାଣିଗ୍ରାହୀ, ସିଭିଲ ସୋସାଇଟି ସଭାପତି ନୀଳମଣି ମିଶ୍ର, ନାଗରିକ କମିଟି ସଭାପତି ଭବାନୀ ଶଙ୍କର ଶତପଥି, ଅବସରପ୍ରାପ୍ତ ସୈନିକ ସଂଘ ସମ୍ପାଦକ ପ୍ରତାପଚନ୍ଦ୍ର ରଥ, ଆଡଭୋକେଟ ରତନ ମହାରଣା, ଆରଟିଆଇ କର୍ମୀ ହେମନ୍ତ କୁମାର ପଣ୍ଡା, ସିଟିଜେନ୍ ଫୋରମ୍ ସଭାପତି ନାରାୟଣ ପାଢ଼ୀ, ସମ୍ପାଦକ ପ୍ରଭାକର ମିଶ୍ର, ମନୋରଞ୍ଜନ ମିଶ୍ର, ଉକ୍ରଳ କନ୍ଧ ସମାଜର କାଳିନ୍ଦ୍ରୀ ମାଝି, କୋଶଳ ରାଜ୍ୟ ସମନ୍ୱୟ ସମିତିର ମନୋରଞ୍ଜନ ସାହୁ, ଗୋପଭୂଷଣ ନାଥ, ଜିଲା ଓକିଲ ସଂଘ ସମ୍ପାଦକ ଅମନ ନାଗ, କୋଷାଧ୍ୟକ୍ଷ ମାନଭଞ୍ଜନ ବେରିହା, ଆକ୍ସନ କମିଟିର ବିନୋଦ କାଲସାଏ, ରିଲୁ ରଥ, ଗୋବିନ୍ଦ ଶତପଥି, ଗୋପାଳ ଆଚାର୍ଯ୍ୟ, ଅପ୍ରମିତ ପରିଚ୍ଛା, ଯାଦବ ସମାଜର ବାଦଲ ମହାକୁର, ନେତାଜୀ ସଂଗ୍ରାମୀ ପରିଷଦର ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ବୃନ୍ଦାବନ ବରାଳ, ମାହେଶ୍ୱରୀ ସଙ୍ଗଠନର ଅଙ୍କୁଶ ପାଣ୍ଡିଆ, ଭିଲେଜର୍ସ ଇଣ୍ଡିଆ ପାର୍ଟିର ଡ. ବିପିନ କୁଶଲିଆ, ପର୍ଶୁରାମ ନାଏକ ଓ ଅନ୍ୟମାନେ ଧାରଣାରେ ବସି ଗଣାମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାର ତୀବ୍ର ପ୍ରତିବାଦ ଜଣାଇଥିଲେ । ମରଣାନ୍ତକ ଆକ୍ରମଣ ସତ୍ୱେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ ନ କରିବା ପୋଲିସର ଅପାରଗତା ଓ ସ୍ଥାଣୁତାକୁ ସୂଚାଉଛି ବୋଲି ଅଭିଯୋଗ କରିଥିଲେ । ଯଥାଶୀଘ୍ର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ ନକଲେ ଆନେ୍ଦାଳନକୁ ତୀବ୍ରତର କରାଯାଇ ବଲାଙ୍ଗୀର ବନ୍ଦ କରାଯିବ ବୋଲି ଚେତାବନୀ ଦେଇଥିଲେ । ଗଣଧାରଣା ଓ ପ୍ରତିବାଦ ସଭା ପରେ ବିଭିନ୍ନ ସଙ୍ଗଠନର ପ୍ରତିନିଧିମାନେ ଟାଉନ୍ ଥାନାକୁ ଯାଇ ସେଠାରେ ଏସଡିପିଓ  ଶ୍ରୀମନ୍ତ ବାରିକ ଓ ଟାଉନ୍ ଥାନା ଅଧିକାରୀ ତୋଫାନ୍ ବାଗଙ୍କୁ ସାଧାତ କରି ତୁରନ୍ତ ଫେରାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ଓ ଅଭିଯୁକ୍ତଙ୍କ ବିରୁଦ୍ଧରେ ୩୦୭ ଦଫା ବା ହତ୍ୟା ଉଦ୍ୟମ ମାମଲା ରୁଜୁ କରିବାକୁ ଦାବି କରିଥିଲେ ।  ଫେରାର ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ଓ ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍ଡିପିଓ ବାରିକ ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । 

ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣା 

ପୋଲିସ ଡିଜି, ଗୃହ ସଚିବଙ୍କୁ ଦାବିପତ୍ର   

ବଲାଙ୍ଗୀର- କର୍ତ୍ତବ୍ୟରତ  ଗଣମାଧ୍ୟମ ପ୍ରତିନିଧି ଓ କ୍ୟାମେରାମ୍ୟାନଙ୍କୁ  ମରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ଗିରଫଦାରୀରେ ଅବହେଳାକୁ ନେଇ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ନେଇ ସଂଘ ପକ୍ଷରୁ ପୋଲିସ ଡିଜି ଓ ଗୃହ ସଚିବଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରର ନକଲକୁ ସମ୍ବଲପୁର ପୋଲିସ ଡିଆଇଜି, ବଲାଙ୍ଗୀର ଏସପି ଓ ବଲାଙ୍ଗୀର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଦୁଇ ଅଭିଯୁକ୍ତଙ୍କ ସମ୍ପର୍କୀୟ ପୋଲିସ ବିଭାଗରେ କାର୍ଯ୍ୟରତ ଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଶିଥିଳ ୋଇଥିବା ଅଭିଯୋଗ କରାଯାଇଛି । ଏଦିଗରେ ତୁରନ୍ତ ଉଚିତ୍ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରି ଦୁଇ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।

Leave A Reply

Your email address will not be published.