ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ବର୍ତ୍ତନା ବଜାର ଓ ରାମପୁର କେନାଲ ଛକ ନିକଟରେ ଚଢ଼ାଉ କରାଯାଇ ୧୪୦ ଲିଟର ଦେଶୀ ରନ୍ଧା ମଦ ସହିତ ଗୋଟିଏ ମୋଟର ସାଇକେଲ ଜବତ କରାଯିବା ସହିତ ବର୍ତ୍ତନା ଗ୍ରାମର ବିଜୟ ଦାସ ଓ ଅନ୍ଧାରି ଗ୍ରାମର ନିରଞ୍ଜନ ହେମ୍ବ୍ରମ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜବତ ହୋଇଥିବା ମଦ ଓ ମୋଟର ସାଇକେଲ ର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୨ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।