ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ରମ୍ଭା ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ

9

ରମ୍ଭା-: ୨୯.୭.୨୦୨୬-(ଶିବରାମ ଚୌଧୁରୀ ) ବୁଧବାର ଦିନ ଆମ୍ଭ ଅନୁଷ୍ଠାନ ରେ ଆଷାଢ଼ ପୂର୍ଣ୍ଣମା ତିଥି ଅବସରରେ ମହର୍ଷି ବ୍ୟାସଦେବଙ୍କ ଜୟନ୍ତି ଉତ୍ସବ ପାଳନ ହୋଇଅଛି । ପରିଚାଳନା ସମିତିର ସଭାପତି ଶ୍ରୀ ନରସିଂହ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥିରେ ଆମ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ବିଜୟ ଚନ୍ଦ୍ର ତ୍ରିପାଠୀ ମହୋଦୟ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ବ୍ୟାସଦେବଙ୍କ ଅତୁଳନୀୟ ଅବଦାନ ବିଷୟରେ ବାଣୀ ପ୍ରଦାନ କରିଥିଲେ । ଅନୁରୂପ ଭାବେ ସ୍ୱୟଂସେବକ ଶ୍ରୀ ମହେନ୍ଦ୍ର କୁମାର ସେନାପତି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଗୁରୁ ଚିନ୍ତନ ସହ ଗୈରିକ ଧ୍ବଜର ଗୌରବାବହ ବାର୍ତ୍ତା ପ୍ରଦାନ କରିଥିଲେ । ସଂପାଦକ ଶ୍ରୀ ପ୍ରସନ୍ନ କୁମାର ମିଶ୍ର,ଉପଦେଷ୍ଟା ଶ୍ରୀ ଅମୂଲ୍ୟ କୁମାର ସେନାପତି ବ୍ୟାସଦେବଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ କରିଥିଲେ । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଆଦିତ୍ୟ ପ୍ରସାଦ ମହାପାତ୍ର ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସେବାବ୍ରତୀ ଓ ଶିଶୁ ମାନଙ୍କ ଅକୁଣ୍ଠ ସହଯୋଗରେ କାର୍ଯ୍ୟକ୍ରମଟି ସାକାର ହୋଇଥିଲା l ଅନୁଷ୍ଠାନର ବରେଣ୍ୟା ଆଚାର୍ଯ୍ୟା ଶ୍ରୀମତୀ କିରଣମାଳା ସାହୁ ଧନ୍ୟବାଦ ଅର୍ପଣ କରି ଥିବା ବେଳେ ଶ୍ରୀମଣ ରୀନା ମାନସିଂହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଧୂଜାବତରଣ କରି ଶିଶୁମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.