ଛଡ଼ ବୋଝେଇ ଟ୍ରଲର ଓଲଟି ଜଣେ ମୄତ,  ଜଣେ ଗୁରୁତର ।

0

ବରଗଡ଼(ଗୌରାଙ୍ଗ ଚରଣ  ଦାଶ)   ବରଗଡ଼ ଜିଲ୍ଲା ପଦ୍ମପୁର ସୋହେଲା ମୁଖ୍ୟ ରାସ୍ତା ମହୁଲପାଲି ଅଙ୍ଗ ନଦୀ ପୋଲ ଠାରେ ଅନୁଗୁଳରୁ ନୁଆଁପଡା ଅଭିମୁଖେ ଯାଉଥିବା ଛଡ଼ ବୋଝେଇ ଟ୍ରଲର ଭାରସାମ୍ୟ ହରାଇ ପୋଲ ତଲକୁ ଖସି ପଡିଛି  । ଘଟଣା ସ୍ଥଲରେ ନୟାଗଡ଼ ଜିଲ୍ଲା ଇଟାମାଟି ଗ୍ରାମର ଡ୍ରାଇଭର ଅନିଲ କୁମାର ନାୟକଙ୍କ ମୄତ୍ୟୁ ହୋଇଛି ଏବଂ ନୟାଗଡ଼ ଜିଲ୍ଲା ଗୋଲପୋଖରୀ ଗ୍ରାମର ହେଲପର ଅନିଲ ପାତ୍ର ନିଶ୍ଚିତ ମୃତ୍ୟୁ  ମୁଖରୁ  ବଞ୍ଚି ଯାଇଛନ୍ତି | ତାଙ୍କୁ ଗୁରୁତର ଅବସ୍ଥାରେ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି ।

Leave A Reply

Your email address will not be published.