ବିଜୁ ଜନତା ଦଳର ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନକୁ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନଗର କଂଗ୍ରେସର ଅଭିଯୋଗ 

0

ବଲାଙ୍ଗିର/ ନିରୋଜ ମିଶ୍ର :ବଲାଙ୍ଗିର ପୌରଧ୍ୟକ୍ଷା ଏବଂ ଉପାଧ୍ୟକ୍ଷା ସରକାରୀ ସ୍କୁଲରେ କରିଛନ୍ତି ନିର୍ବାଚନୀ ପୌରାଞ୍ଚଳ  ଅନ୍ତର୍ଗତ ୭ ନଂ. ୱାର୍ଡ s ରାମେଶ୍ୱର ନଗର ସ୍ଥିତ ସରକାରୀ ବିଦ୍ୟାଳୟ ପରିସର ଭିତରେ  ସ୍ଥାନୀୟ ବିଜୁ ଜନତା ଦଳ ତରଫରୁ ବେନିୟମ ଭାବରେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରି ଏକ ନିର୍ବାଚନି ସଭା ଅନୁଷ୍ଠିତ  ହୋଇଛି । ଖୋଦ୍ ବଲାଙ୍ଗିର ମ୍ୟୁନିସିପାଲିଟିର ପୌରଧ୍ୟକ୍ଷା ସନ୍ତୋଷିନୀ ବେହେରା ଏବଂ ଉପାଧ୍ୟକ୍ଷା ଲିପିଶ୍ରୀ ସାଏ ସ୍ଥାନୀୟ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ  ତଥା ସ୍ଥାନିୟ ମହିଳାଙ୍କୁ ନେଇ “ଘରେ ଘରେ ଶଙ୍ଖ” କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳାଙ୍କୁ ଆଗାମୀ ନିର୍ବାଚନରେ କାମ କରିବା ପାଇଁ ପ୍ରବର୍ତ୍ତାଇ  ଥିଲେ । ଏହାକୁ ନେଇ ବଲାଙ୍ଗିର ନଗର କଂଗ୍ରେସ କମିଟି ସଭାପତି ବୁଲୁ ଦାନି ଜିଲ୍ଲା ନିର୍ବାଚନ ଅଧିକାରୀ ସୁଚିତା ପୁଷ୍ପାଙ୍କୁ ଆଚରଣବିଧି ଉଲ୍ଲଙ୍ଘନକୁ ନେଇ ବିଧିବଦ୍ଧ ଭାବେ ଅଭିଯୋଗ କରିଛନ୍ତି । କଂଗ୍ରେସର ପ୍ରତିନିଧି ଦଳ ଜିଲ୍ଲା କଂଗ୍ରେସର ପ୍ରଚାର କମିଟିର ଅଧ୍ୟକ୍ଷ ଅସୀମ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଯାଇ ବିଜୁ ଜନତାଦଳ କିପରି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଛି ସେ ବିଷୟରେ ଅବଗତ କରାଇଥିଲେ । ଶ୍ରୀ ପଟ୍ଟନାୟକ ଅଭିଯୋଗ କରି କହିଛନ୍ତି ବେଆଇନ ଭାବରେ ସରକାରୀ ସ୍କୁଲ ମଧ୍ୟରେ ଉଭୟ ପୌରାଧ୍ୟକ୍ଷା  ଓ ଉପାଧ୍ୟକ୍ଷା ବିଜୁ ଜନତା ଦଳର ବିଭିନ୍ନ ନିର୍ବାଚନୀ ନାରା ଦେଇ ଲୋକମାନଙ୍କୁ ପ୍ରଲୋଭିତ କରିବାର ସ୍ପଷ୍ଟ ଭିଡିଓ ଚିତ୍ର ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ପଠାଯିବ ବୋଲି କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଏହାର ତୁରନ୍ତ ଅନୁସନ୍ଧାନ କରି ଦୋଷୀଙ୍କ ବିରୁଦ୍ଧରେ ଶିଘ୍ର କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାନଗଲେ କଂଗ୍ରେସ ଦଳ ଏହି ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ବିରୁଦ୍ଧରେ ରାଜ ରାସ୍ତାରେ ଆନେ୍ଦାଳନ କରିବେ ବୋଲି ଚେତେଇ ଦେଇଛନ୍ତି । ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପାଇଁ ଯାଇଥିବା ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପସଭାପତି ସନ୍ତକ ବହିଦାର, ଯୁବନେତା ଅଜୟ ବାଲି, ପବିତ୍ର ବେହେରା, ଟାଉନ କଂଗ୍ରେସ ମୁଖପାତ୍ର ବ୍ରଜ କିଶୋର ସେଠୀ, କୁଳମଣି ସାହୁ, ମିଟୁ ସାହୁ, ଟୁକୁ ଖୁଆସ, ସୁମିତ ପ୍ରଭାକର, ଘୁଣ୍ଡୁ ଦାଶ ଏବଂ ଟିଟୁ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.