ବଲାଙ୍ଗିର ଜିଲ୍ଲାରୁ ଶତାଧିକ ବିଜେପି ଓ କଂଗ୍ରେସ ନେତୃବୃନ୍ଦ ବିଜେଡିରେ ସାମିଲ

0

ସରୋଜ ଗୁରୁ, ସାଗରିକା ଗୁରୁ ଓ ଅରୁଣ ମିଶ୍ରଙ୍କ ବିଜେଡିରେ ଯୋଗଦାନ 

ବଲାଙ୍ଗିର/ନିରୋଜ ମିଶ୍ର :  ଭୁବନେଶ୍ୱର ନବିନ ନିବାସରେ ବଲାଙ୍ଗିର ଜିଲ୍ଲାରୁ ଶତାଧିକ ବିଜେପି ଏବଂ କଂଗ୍ରେସର ନେତବୃନ୍ଦ ନବିନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡି ଦଳରେ ଯୋଗ ଦେଇଛନ୍ତି । ଏହି ନେତା ଏବଂ ନେତ୍ରୀ ମାନେ  ଦଳର ବରିÂ ନେତା ତଥା ରାଜ୍ୟ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ, ସାଂସଦ କଳିକେଶ ନାରାୟଣ ସିଂହଦେଓ ଏବଂ ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ମିଳିତ ଉଦ୍ୟମରେ ବିଧିବଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି ଏବଂ ଆଗାମି ନିର୍ବଚନରେ ନବିନ ସରକାରକୁ ଜିତାଇବା ପାଇଁ ସଂକଳ୍ପ ନେଇଛନ୍ତି । ବିଜେପିର ସରୋଜ ଗୁରୁ, ପୁର୍ବତନ ମହିଳା ମୋର୍ଚା ସଭାନେତ୍ରୀ ସାଗରିକା ଗୁରୁ, ଗିତା ପରିଡା, ପ୍ରମିଳା ମିଶ୍ର, ଭବାନି ଶଙ୍କର ଦିପ, ପଶ୍ଚିମ ଓଡିଶା କୃଷକ ସଂଗଠନ ସଭାପତି ତଥା ସମାଜବାଦୀ ଦଳର ଜିଲ୍ଲା ସଭାପତି ଅରୁଣ କୁମାର ମିଶ୍ର, କଂଗ୍ରେସର ରାଜେଶ ଦୋରା, ଲକ୍ଷ୍ମୀକାନ୍ତ ସାହୁ, ରିତେଶ ପାତ୍ର, ମେହେର ପଟ୍ଟନାୟକ ଆହୁରି ମଧ୍ୟ ମନହିରା ପଞ୍ଚାୟତର କଂଗ୍ରେସର ଅଭୟ କୁମାର, ବିଜେପିର ସୁଜିତ ବେହେରା, ନିଳମଣି ସା, ଜିତେନ୍ଦ୍ର ସାହୁ, ବ୍ରଜ କିଶୋର ରଣା, ମଚିନ୍ଦ୍ର ବରିହା, ଚନନ୍ଦଭାଟି ପଞ୍ଚାୟତର କଂଗ୍ରେସର ସୁରେନ୍ଦ୍ର ନାଗ, ବିର ନାଗ, ଶୁସାନ୍ତ ସା, ନେପାଲ ନାଏକ, କୃଷ୍ଣ ନାଗ, ବିଜେପିରୁ ସୁରେଶ ଧରୁଆ, ମିର୍ଦ୍ଧପାଲି ପଞ୍ଚାୟତର କଂଗ୍ରେସର ଅରୁଣ ଦଳାଇ, ଲବ ବେହେରା, ପ୍ରହଲ୍ଲାଦ ବାଗ, ପ୍ରକାଶ ବାଗ, ଶୁଶିଳ ସାହୁ, ସରୋଜ ପଟେଲ, ସଞ୍ଝୟ ସାହୁ ଅଶୋକ ପଟେଲ, ବିଶ୍ୱ ପଧାନ, ଉପରଝର, ଫଟାମୁଣ୍ଡା, କୁଲତାପଡା ଏବଂ ଦେଶଣ୍ଢ ରୁ କଂଗ୍ରେସର ଦିନବନ୍ଧୁ ମେହେର, ଜ୍ଞାନରଞ୍ଜନ ନାଏକ, ରଘୁନାଥ ବରିହା, ଇନ୍ଦ୍ରଜିତ ରାଉତ, ଗୌରାଙ୍ଗ ମେହେର, ଦାମୋଦର ପଟେଲ, ଗୋର ବଛା, ପୁର୍ବତନ ସରପଞ୍ଚ ସୁର୍ଯ୍ୟନାରୟଣ ପଟେଲ, ସନ୍ତୋସ ପେଟେଲ, କମ୍ବୁସର ଛତ୍ରୀଆ, ସାଧୁ ମହାକୁର, କେଶବ କର, ଅଗାଧୁ ରାଣାଉ, ହେମରାଜ ପଧାନ, ଉଇସମା ସା, ସୁଧାଂଶୁ ସେଠ, ବିଜେପିର କେଶବ ପଟେଲ, ଜିତେନ୍ଦ୍ର ପଟେଲ, ପେକ୍ସ ସଭାପତି ପଞ୍ଚାନନ ପଧାନ, ଗଡତ୍ୟା ବାଗ, ଗୋବର୍ଦ୍ଧନ କର ପ୍ରମୁଖ ଦଳରେ ଯୋଗଦେଇ ନବିନ ସରକାର ଙ୍କ ବିକଶଧାରାରେ ନିଜକୁ ସାମିଲ ଆଗାମି ଦିନରେ ବିଜୁ ଜନତାଦଳ କୁ ପୂର୍ଣ୍ଣପ୍ରାଣରେ ସହେଯାଗ କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି । ଦଳରେ ସାମିଲ ହୋଇ ସେମାନେ ମୁଖ୍ୟମନ୍ତ୍ରୀ ସହ ଅନଙ୍ଗ ଉଦୟ ସିଂହଦେଓ, କଳିକେଶ ନାରାୟଣ ସିଂହଦେଓ ଏବଂ ଅର୍କେଶ ନାରାୟଣ ସିଂହଦେଙ୍କୁ  ଧନ୍ୟବାଦ ଜଣାଇଛନ୍ତି । 

 

 

 

 

 

 

 

 

 

   

 

Leave A Reply

Your email address will not be published.