ବେଲଗୁଣ୍ଠା,୨୭/୦୭-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ଦିଗି ଗ୍ରାମରେ ପୋଖରୀରେ ବୁଡ଼ିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ବରଣ ଘଟଣା ସାରା ଗାଁରେ ଶୋକର ଛାୟା ଖେଳାଇ ଦେଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦିଗି ଗ୍ରାମର ଯୋଗୀନ୍ଦ୍ର ସେଠୀ(୫୯)। ଏନେଇ ଯୋଗୀନ୍ଦ୍ରଙ୍କ ଝିଅ ମନିଷା ସେଠୀ ଗାଙ୍ଗପୁର ଥାନାରେ ଏତାଲା ପ୍ରଦାନ କରିଛନ୍ତି। ମନିଷାଙ୍କ ଏତାଲା ପ୍ରକାରେ ଆଜି ସକାଳ ସାତ ଘଣ୍ଟା ସମୟରେ ଯୋଗୀନ୍ଦ୍ର ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। କିନ୍ତୁ ୧୦ ଟା ପର୍ଯ୍ୟନ୍ତ ଯୋଗୀନ୍ଦ୍ର ଘରକୁ ନ ଫେରିବାରୁ ପରିବାର ଲୋକେ ସାହି ପଡିଶା ସମେତ ବହୁସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଯୋଗିନ୍ଦ୍ରଙ୍କୁ ପାଇ ନଥିଲେ। ଏହାପରେ ଯୋଗିନ୍ଦ୍ରଙ୍କ ପୁଅ ମନୋଜ କିଛି ଗ୍ରାମବାସୀଙ୍କ ସହିତ ପୋଖରୀକୁ ଯାଇ ସେଠାରେ ଖୋଜାଖୋଜି କରିବା ପରେ ଯୋଗୀନ୍ଦ୍ର ପାଣି ଭିତରେ ବୁଡ଼ି ଯାଇ ତଳେ ପଡିଥିବାର ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ସେଠାରୁ ତାଙ୍କୁ ବାହାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୁଡ଼ିଯାଇ ମୃତ୍ୟୁ ବରଣ ଘଟଣା ସାରା ଗାଁରେ ଶୋକର ଛାୟା ଖେଳାଇ ଦେଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦିଗି ଗ୍ରାମର ଯୋଗୀନ୍ଦ୍ର ସେଠୀ(୫୯)। ଏନେଇ ଯୋଗୀନ୍ଦ୍ରଙ୍କ ଝିଅ ମନିଷା ସେଠୀ ଗାଙ୍ଗପୁର ଥାନାରେ ଏତାଲା ପ୍ରଦାନ କରିଛନ୍ତି। ମନିଷାଙ୍କ ଏତାଲା ପ୍ରକାରେ ଆଜି ସକାଳ ସାତ ଘଣ୍ଟା ସମୟରେ ଯୋଗୀନ୍ଦ୍ର ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। କିନ୍ତୁ ୧୦ ଟା ପର୍ଯ୍ୟନ୍ତ ଯୋଗୀନ୍ଦ୍ର ଘରକୁ ନ ଫେରିବାରୁ ପରିବାର ଲୋକେ ସାହି ପଡିଶା ସମେତ ବହୁସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଯୋଗିନ୍ଦ୍ରଙ୍କୁ ପାଇ ନଥିଲେ। ଏହାପରେ ଯୋଗିନ୍ଦ୍ରଙ୍କ ପୁଅ ମନୋଜ କିଛି ଗ୍ରାମବାସୀଙ୍କ ସହିତ ପୋଖରୀକୁ ଯାଇ ସେଠାରେ ଖୋଜାଖୋଜି କରିବା ପରେ ଯୋଗୀନ୍ଦ୍ର ପାଣି ଭିତରେ ବୁଡ଼ି ଯାଇ ତଳେ ପଡିଥିବାର ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ସେଠାରୁ ତାଙ୍କୁ ବାହାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।