ବଲାଙ୍ଗିର: ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହୋଇଯାଇଛି। ସ୍ନାତକସ୍ତରର ପ୍ରଥମ ବର୍ଷର କଳା ଏବଂ ବିଜ୍ଞାନ ବିଭାଗର ଛାତ୍ରୀମାନଙ୍କ ପ୍ରବେଶ ଉତ୍ସବ ଅଧ୍ୟକ୍ଷ ଡଃ ଅରବିନ୍ଦ କୁମାର ଓଝାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ରୀମାନଙ୍କୁ ସ୍ୱାଗତ କରି ମହାବିଦ୍ୟାଳୟର ନିୟମାବଳୀର ସମ୍ଯକ ସୂଚନା ଦେଇଥିଲେ । ଡଃ ସଦାଶିବ ମଲ୍ଲିକ ମହାବିଦ୍ୟାଳୟର ଇତିହାସ ତଥା ଆଣ୍ଟି ରାଗିଂ ସେଲ୍ ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ। ଏକାଉଣ୍ଟ୍ ବର୍ସର ଶ୍ରୀଯୁକ୍ତ ବିଭୂତି ଭୂଷଣ ସାହୁ ଛାତ୍ରୀମାନଙ୍କୁ ସ୍ବାଗତକରି ମହାବିଦ୍ୟାଳୟରେ ଅବସ୍ଥାପିତ ଇଗ୍ନୁ କେନ୍ଦ୍ରର ଲାଭ ନେବାପାଇଁ ପରାମର୍ଶ ଦେଇଥିଲେ । ଏକାଡମିକ ବର୍ସର ଡଃ କୁମାର ସମ୍ଭବ ଚୋପଦାର ନିଜ ବକ୍ତବ୍ଯରେ Nep 2020 ପାଠ୍ଯକ୍ରମ, ଉପସ୍ଥାନ 75%, ସମୟସାରଣୀପାଳନର ଉପକାରିତା ବିଷୟ ଉପସ୍ଥାପନ କରିଥିଲେ । ସମସ୍ତ ବିଭାଗର ମୁଖ୍ୟ ଏବଂ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ସମସ୍ତେ ତାଙ୍କ ନିଜ ନିଜ ପରିଚୟ ଦେଇଥିଲେ। ଏଡମିସନ ଓ ରି ଏଡମିଶନ ବିଷୟରେ ସୂଚନା ମାନସ ରଞ୍ଜନ ଭୋଇ ପ୍ରଦାନ କରିଥିଲେ।
ଡଃ ଭୁବନେଶ୍ୱର ଛତ୍ରିଆ ପରୀକ୍ଷା ବିଷୟରେ ସୂଚନା, ଶ୍ରୀମତୀ ଡଃ ଅର୍ପିତା ବେହେରା ଶକ୍ତିଶ୍ରୀ ତଥା ଆନ୍ତରିକ ଅଭିଯୋଗ ସମିତିର ସୂଚନା ପ୍ରଦାନ, ଡଃ ରାଜେଶ କର୍ଣ୍ଣ ବ୍ଯବହାରିକ ପ୍ରଶିକ୍ଷଣ ବିଷୟରେ
ଶ୍ରୀମତୀ ସୁଚେତା ଦୋରା ଛାତ୍ରବୃତ୍ତି ବିଷୟରେ, ଶ୍ରୀମତୀ ଶିଖା ମେହେର ଏବଂ ପ୍ରତୀକ୍ଷା ପ୍ରତିଶ୍ରୁତି ଛାତ୍ରୀନିବାସ ବିଷୟରେ ସୂଚନା ପ୍ରଦାନ କରିଥିଲେ। କର୍ଯ୍ୟକ୍ରମ ସଂଯୋଜନା ଶ୍ରୀଯୁକ୍ତ ଅଜିତ କୁମାର ପଣ୍ଡା ତଥା ଧନ୍ୟବାଦ ଅର୍ପଣ ଡଃ ଭୁବନ ମୋହନ ପଣ୍ଡା କରିଥିଲେ ।
Sign in
Sign in
Recover your password.
A password will be e-mailed to you.