ଲୋକ ଓ ଚାଷୀଙ୍କ ହିତ ପାଇଁ ବ୍ୟାରେଜ ନିଶ୍ଚୟ ହେବ – ନରସିଂହ
ବଲାଙ୍ଗିର,୨୭/୭ – ସୋନଗଡ ନଦୀ ଉପରେ ପାଂଚ ବର୍ଷ ପୂର୍ବରୁ ସିକୁଆଁ ଠାରେ ଏ ଅଂଚଳର ଲୋକଙ୍କ ତଥା ଚାଷୀ ର ଜମିକୁ ପାଣି ଦେବା ପାଇଁ ଏକ ବ୍ୟାରେଜ ର ପରିକଳ୍ପନା କରାଯାଇଥିଲା । ବ୍ୟାରେଜ ନିର୍ମାଣ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟ କୁ ଯାଇଥିଲେ ହେଁ ବ୍ୟାରେଜ ଡିଜାଇନରେ କିଛି ପରିବର୍ତ୍ତନ ଦରକାର ହେଉଥିବାରୁ ତାହାର ଡିଜାଇନ ତଥା ଅଟକଳ ରେ କିଛି ପରିବର୍ତ୍ତନ କରାଯାଇଥିଲା । ସେଥି ପାଇଁ ଶେଷ ମଞ୍ଜୁରି ପାଇବା ଅପେକ୍ଷାରେ ଥିବା ବେଳେ ତତ୍କାଳିନ ଶାସକ ଦଳର ରାଜନେତା ଏହାର ନିର୍ମାଣ ଦିଗରେ ବାଧା ସୃଷ୍ଟି କରିଥିଲେ । କିନ୍ତୁ ମୁଁ କହି ରଖିବାକୁ ଚାହେଁ ବର୍ତ୍ତମାନ ଚାଷୀଙ୍କ ହିତ ପାଇଁ ପ୍ରକଳ୍ପ କାମକୁ ଆଉ କୌଣସି ଶକ୍ତି ଅଟକାଇ ପାରିବେ ନାହିଁ । ଏ ଅଂଚଳର ଲୋକ ର ଲୋକ ଓ ଚାଷୀଙ୍କ ହିତ ପାଇଁ ବ୍ୟାରେଜ ନିର୍ମାଣ ନିଶ୍ଚୟ ହେବ ବୋଲି ସିକୁଆଁ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବ୍ୟାରେଜ କାମ ବାଧା ସୃଷ୍ଟି ପରେ ଦେଓଗାଁ ଅଂଚଳବାସୀ ବ୍ୟାରେଜ ନିର୍ମାଣ ଦାବି ରେ ଆନ୍ଦୋଳନ କରିଥିଲେ । ତାଙ୍କର ସେହି ଆନ୍ଦୋଳନ ଏବଂ ଦାବି ସଫଳ ହେବାକୁ ଯାଉଛି । ବ୍ୟାରେଜ ନିର୍ମାଣ ଦ୍ୱାରା ଏ ଅଂଚଳର ପାଖାପାଖି ୪୦ଟି ଗାଁରେ ଥିବା ଚାଷ ଜମିକୁ ଜଳସେଚନ ହୋଇପାରିବ ଏବଂ ଏହି ଅଂଚଳ ଆଗାମୀ ଦିନରେ ଆହୁରି ଶସ୍ୟ ଶ୍ୟାମଳ ହୋଇ ଲୋକଙ୍କ ଆର୍ଥିକ ସ୍ଥିତିରେ ବହୁତ ସୁଧାର ଆସିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଆଲୋଚନା ବେଳେ ମୁରସିଂ ମୁଖ୍ୟ ରାସ୍ତା ଜଳବନ୍ଦି ଅବସ୍ଥାରେ ଥିବାରୁ ସେ ସମସ୍ୟାକୁ ନେଇ ଶ୍ରୀ ମିଶ୍ର ବିଭାଗୀୟ ଯନ୍ତ୍ରୀଙ୍କ ସହ କଥା ହୋଇ ତାର ସମାଧାନ ଶିଘ୍ର କରିବା ପାଇଁ କହିଥିଲେ । ସିକୁଆଁ ରେ ପିଇବା ପାଣି, ଅଂଚଳର ସ୍କୁଲ ଗୁଡିକରେ ଶିକ୍ଷକ ଅଭାବ, ସାରର ଅଭବି ବିକ୍ରି ତଥା କଳାବଜାରି, ଗାଇଗୁହାଣ ନିର୍ମାଣର ବକେୟା ପାଇସା ଇତ୍ୟାଦି ଅସୁବିଧାକୁ ନେଇ ଲୋକେ ଅଭିଯୋଗ କରିଥିଲେ । ସମସ୍ୟା ସମ୍ବନ୍ଧୀୟ ବିଭାଗୀୟ ଅଧିକାରୀମାନଙ୍କ ସହ ଶ୍ରୀ ମିଶ୍ର ଆଲୋଚନା କରିବେ ଏବଂ ଏ ସବୁର ତୁରନ୍ତ ସମାଧାନ ନିଶ୍ଚିତ ହେବ ବୋଲି ପ୍ରତିଶୃତି ଦେଇଥିଲେ । ଆଜିର ଏହି ଆଲୋଚନା ସଭାରେ ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୈାଧୁରି, ଅସୀତ ମିଶ୍ର, ବଳରାମ ନାଏକ, କାମରାଜ ପ୍ରଧାନ, ବଡ ପ୍ରଧାନ, ମନୋଜ ପ୍ରଧାନ, ବୈଶାଖୁ ପ୍ରଧାନ, ଗଣେଷ ପ୍ରଧାନ, ଯଦୁ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ଧୃବ ପ୍ରଧାନ, ଉଜ୍ଜଳ ବାରିକ, ଶଶିକାନ୍ତ ପଟେଲ, ପ୍ରତାପ ଦୀପ, ଭୁବନେ ପ୍ରଧାନ, ଗଣ୍ଡାରାମ ପ୍ରଧାନ ଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।