ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସୋମବାର ଦିନ ରାମନାଗୁଡା ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ସତ୍ୟକୁମାର ନନ୍ଦ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ ପ୍ରଶାନ୍ତ ମିଶ୍ର, ଜିଲ୍ଲା ବନ ଅଧିକାରୀ ସଚିନ ଆନ୍ନା ସାହେବ ଓହଲ,ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ରାମନାଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ। ଆଜି ମୋଟ ୫୧ଟି ଅଭିଯୋଗର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ୪୮ ଟି ବ୍ୟକ୍ତିଗତ ଓ ୩ ଟି ସାମୁହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା ଜିଲାପାଳ ଆଜି ମୋଟ ୩ଜଣଙ୍କୁ ରେଡ୍ କ୍ରୋସ୍ ତରଫରୁ ୧୦୦୦୦+୧୦୦୦୦+୫୦୦୦ ଏହିପରି ୨୫୦୦୦ ଟଙ୍କା ସାହାଯ୍ୟ ପ୍ରଦାନ କରିଥିଲେ। ରାମନାଗୁଡା ଡାକ୍ତର କୃଷ୍ଣାନନ୍ଦ ବେହେରା ଗୋଷ୍ଟି ପ୍ରାଣୀ ଚିକତ୍ସାଧିକାରୀ ରାମନାଗୁଡାଙ୍କ ତତ୍ତ୍ଵାବଧାନରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୋପାଳନ ଯୋଜନା, ଘାସ ଚାଷ ଉନ୍ନୟନ ଯୋଜନା ୧୦+୧ ଛେଳି ଯୋଜନା,୩୦+୨ ଛେଳି ପାଳନ, ୨୦୦୦ କ୍ଷମତା ବିଶିଷ୍ଟ ମାଂସାଳି କୁକୁଡ଼ା ପାଳନ ଯୋଜନା ଓ ୨୫୦୦ କ୍ଷମତା ବିଶିଷ୍ଟ ମାଂସାଳି କୁକୁଡ଼ା ପାଳନ ପାଇଁ ଆବେଦନ କରିଥିବା ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇ ଥିଲା। ଗୋ ପାଳନ ଯୋଜନାରେ ଘାସ ଚାଷ ଉନ୍ନୟନ ଯୋଜନା ମୈତ୍ରୀ ମାଣ୍ଡାଙ୍ଗି ଓ ଆସିପୁ ନୀଳକଣ୍ଠଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା।୧୦+୧ ଛେଳି ପାଳନ ଯୋଜନାରେ ବିଷ୍ଣୁ ପ୍ରସାଦ ଶବର ଲକ୍ଷ୍ମୀ କାଡ୍ରାକା ଓ ଇନ୍ଦିରା କରକରିଆଙ୍କୁ କାର୍ଯ୍ୟାଦେଶ ଦିଆ ଯାଇଥିଲା। ତତ୍ ସହିତ ଗଦାଧର ଶବରଙ୍କୁ ୩୦+୨ ଛେଳି ପାଳନ ଯୋଜନାରେ କାର୍ଯ୍ୟାଦେଶ ଦିଆଯାଇଥିଲା। ଜିଲ୍ଲାପାଳ
ଆଜି ସମସ୍ତ ଦରଖାସ୍ତ ଗ୍ରହଣ ପରେ ସେ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଦରଖାସ୍ତ ଗୁଡିକ ପ୍ରଦାନ କରିବା ସହ ଗ୍ରହଣ କରିଥିବା ପଦକ୍ଷେପର ବିବରଣୀ ଜିଲ୍ଲା କାର୍ଯ୍ୟାଳୟକୁ ଜଣାଇବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।
ଏହି ଅଭିଯୋଗ ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନ ଲାଲ ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା। ସମାଜ ସୁରକ୍ଷା ମଙ୍ଗଳ ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦାନ ଦେଇଥିଲେ । ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ତତ୍ୱାବଧାନରେ ଅନୁଷ୍ଠୀତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,ରାମନାଗୁଡା ଥାନା ଅଧିକାରୀ କିରଣବାଳା ସାମଲ, ,ପ୍ରମୁଖ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.