ରାଉରକେଲା,(ବସନ୍ତ କୁମାର ଜେନା): ଆପୋଲୋ ହସ୍ପିଟାଲ୍ସ ରାଉରକେଲା ପକ୍ଷରୁ ଉମିଦ୍ ଟ୍ରଷ୍ଟର ସହଯୋଗରେ ସେକ୍ଟର-୧୫ ଜାମା ମସଜିଦ ସମ୍ମୁଖ ପଡ଼ିଆରେ ରବିବାର ଏକ ନିଶୁଳ୍କ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜନ କରାଯାଇଥିଲା। ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ୧୫୦ରୁ ଅଧିକ ଲୋକ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷାର ସୁବିଧା ନେଇଥିଲେ।
ଶିବିରରେ ଇସିଜି (ECG), ରକ୍ତଚାପ, ରକ୍ତରେ ସୁଗାର ପରୀକ୍ଷା, ବିଏମଆଇ (BMI), ଉଚ୍ଚତା, ଓଜନ ଓ ଅକ୍ସିମିଟର ଯାଞ୍ଚ ସମ୍ପୂର୍ଣ୍ଣ ନିଶୁଳ୍କରେ କରାଯାଇଥିଲା।
ଏହାସହ ଆପୋଲୋ ହସ୍ପିଟାଲ୍ସର ପ୍ରସୂତି ଓ ସ୍ତ୍ରୀରୋଗ, ସାଧାରଣ ଚିକିତ୍ସା ଏବଂ ଅସ୍ଥିରୋଗ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଅଂଶଗ୍ରହଣକାରୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ ଆଧାରରେ ପରାମର୍ଶ ପ୍ରଦାନ କରିଥିଲେ।
ଏହି ଅବସରରେ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡା. ତାଶି କ୍ରିଷ୍ଣନ କହିଥିଲେ ଯେ, ମହିଳାମାନଙ୍କ ସ୍ୱାସ୍ଥ୍ୟକୁ କେବେ ବି ଅବହେଳା କରିବା ଉଚିତ ନୁହେଁ। ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ସମୟୋପଯୋଗୀ ପରାମର୍ଶ ମାଧ୍ୟମରେ ଅନେକ ସ୍ତ୍ରୀରୋଗକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରି ସଫଳ ଚିକିତ୍ସା ସମ୍ଭବ ହୋଇଥାଏ।
ଶିବିରରେ ସ୍ଥାନୀୟ ଲୋକଙ୍କ ଉତ୍ସାହଜନକ ସହଭାଗିତା ଦେଖିବାକୁ ମିଳିଥିଲା। ଆପୋଲୋ ହସ୍ପିଟାଲ୍ସ ରାଉରକେଲା ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏଭଳି ଜନସ୍ୱାସ୍ଥ୍ୟ ସଚେତନତା ଓ ନିଶୁଳ୍କ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଜାରି ରଖାଯିବ ବୋଲି ସୂଚନା ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.