ଅବସରପ୍ରାପ୍ତ ସୈନିକ କଲ୍ୟାଣ ସଙ୍ଘ ବାସୁଦେବପୁର ତରଫରୁ କାରଗିଲ ଦିବସ ପାଳନ

0 5

ବାସୁଦେବପୁର – ଅବସରପ୍ରାପ୍ତ ସୈନିକ କଲ୍ୟାଣ ସଙ୍ଘ, ବାସୁଦେବପୁର ତରଫରୁ ରାଣୀ କୈଳାସ ଶିଖର କଲ୍ୟାଣ ମଣ୍ଡପ, ତେନ୍ତୁଳିଆ, ବାସୁଦେବପୁର ଠାରେ ୨୮ତମ କାରଗିଲ ଦିବସ ପାଳନ ହୋଇ ଯାଇଛି।ମୁଖ୍ୟ ଅତିଥି ଭାବେ ମାନ୍ୟବର ବାସୁଦେବପୁର ବିଧାୟକ ଶ୍ରୀଯୁକ୍ତ ଅଶୋକ କୁମାର ଦାସ ,ମୁଖ୍ୟ ବକ୍ତା – ପ୍ତାଧ୍ୟାପକ ଡ. ବସନ୍ତ କୁମାର ଦାସ, ସମ୍ମାନିତ ଅତିଥି -ସମାଜସେବୀ ମାନସ ରଞ୍ଜନ ସାହୁ ,ଶ୍ରୀମତୀ ସୌରଭୀ ବୋଷ, ICICI BANK ର ଓଡିଶା ଓ ଛତିଶଗଡ ରାଜ୍ୟର ଡିଫେନ୍ସ ମାମଲା ରେ ଆଞ୍ଚଳିକ ମୁଖ୍ୟ, ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ଆଇଚ,ICICI bank ର ଭଦ୍ରକ ଜିଲ୍ଲା ଆଞ୍ଚଳିକ ମୁଖ୍ୟ ,ଶ୍ରୀଯୁକ୍ତ ଆଶୁତୋଷ ଦାଶ, ଡିଫେନ୍ସ ଇକୋ ସିଷ୍ଟମ ର ସମ୍ପର୍କ ପ୍ରବନ୍ଧକ ଶ୍ରୀଯୁକ୍ତ ସୁଜିତ ରାଉତ, ICICI BANK ବାସୁଦେବପୁର ଶାଖା ପ୍ରବନ୍ଧକ,ଶ୍ରୀଯୁକ୍ତ ଶରତ କୁମାର ନାୟକ ଅବସରପ୍ରାପ୍ତ ସୈନିକ ସଙ୍ଘ ର ସଭାପତି ଉପସ୍ଥିତ ଥିଲେ।

ସଂମ୍ପାଦକ କୈଳାସ ଚନ୍ଦ୍ର ନାଥ ମଞ୍ଚ ସଂଯୋଜନା କରିଥିବାବେଳେ କବିତାପାଠ କରିଥିଲେ କବି ସୁଧାଂଶୁ ଶେଖର ମିଶ୍ର ଓ କବି ଭାଗିରଥି ମହନୀ | ତୁକାଶୀ ତାଇକାଣ୍ଡୋ ଏକାଡେମୀ ର ପିଲାମାନଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା।ଏଥିରେ ସହଯୋଗ କରିଥିଲେ ଗୟାଧର ମାଝୀ, ରତିକାନ୍ତ ପଣ୍ଡା ,ଭାଗିରଥି ମହାରଣା , ଶଶଧର ମହାଳିକ , ଦାମୋଦର ଲେଙ୍କା , ବନମାଳୀ ପରିଡା ,ତ୍ରିଲୋଚନ ରାୟ ,ପ୍ରଦୀପ କୁମାର ବେହେରା ଓ ବିପିନ ବିହାରୀ ଜେନା ପ୍ରମୁଖ।

Leave A Reply

Your email address will not be published.