- ”ସାମ୍ବାଦିକଙ୍କ ସୁରକ୍ଷା ଓ ସାମାଜିକ ବିକାଶ ପାଇଁ ଆଗକୁ ଆସିଲା ‘ଟି.ଏମ. ଏସ. ଓ’।
- ଭଞ୍ଜନଗର ଚକରା ବିଷୋୟୀ ଛକଠାରେ ନୂତନ କାର୍ଯ୍ୟାଳୟର ପୂଜନ ସହ ଲୋଗୋ ଓ ଟି-ଶାର୍ଟ ଉନ୍ମୋଚିତ।
- ଗଞ୍ଜାମ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ଏକତା ଏବଂ ଜନସେବା ପାଇଁ ଅଣ୍ଟା ଭିଡ଼ିଲା ଅନୁଷ୍ଠାନ।”
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ : ଭଞ୍ଜନଗର ସହର ଉପକଣ୍ଠ ଚକରା ବିଷୋୟୀ ଛକ ଠାରେ ‘ତ୍ରିରଙ୍ଗା ମିଡ଼ିଆ ସାମାଜିକ ଅନୁଷ୍ଠାନ’ (ଟି.ଏମ. ଏସ. ଓ) ର ନୂତନ କାର୍ଯ୍ୟାଳୟର ପୂଜନ କାର୍ଯ୍ୟକ୍ରମ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସମସ୍ତ କାର୍ଯ୍ୟକାରୀ ସଦସ୍ୟଙ୍କ ଉପସ୍ଥିତିରେ ବୈଦିକ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା ସହ କାର୍ଯ୍ୟାଳୟ ପ୍ରବେଶ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି।
ଏହି ସରକାରୀ ପଞ୍ଜିକୃତ ଅନୁଷ୍ଠାନଟି ଗଞ୍ଜାମ ଜିଲ୍ଲାର ସମସ୍ତ କାର୍ଯ୍ୟରତ ପ୍ରିଣ୍ଟ ମିଡ଼ିଆ, ବୈଦ୍ୟୁତିକ ଗଣମାଧ୍ୟମ ଏବଂ ଡିଜିଟାଲ ମିଡ଼ିଆ ସାମ୍ବାଦିକମାନଙ୍କ ଏକତା, ସେମାନଙ୍କ ସମସ୍ୟା ସମାଧାନ ସହ ସାମ୍ୱାଦିକ ଅଧିକାର ପାଇଁ କାର୍ଯ୍ୟ କରିବ। ଏହା ସହିତ ସାମାଜିକ ସୁରକ୍ଷା, ଜନସେବା ଏବଂ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରିବା ପାଇଁ ଅନୁଷ୍ଠାନ ସଂକଳ୍ପବଦ୍ଧ ହୋଇଛି। ଆଗାମୀ ଦିନରେ ଭଞ୍ଜନଗର ସହର ଓ ଏହାର ଆଖପାଖ ଅଞ୍ଚଳର ବହୁ ଯୁବ ସମାଜସେବୀଙ୍କୁ ଏଥିରେ ସାମିଲ କରାଯିବ ବୋଲି ସୂଚନା ମିଳିଛି।
ଏହି ସ୍ୱତନ୍ତ୍ର ଉତ୍ସବରେ ଅନୁଷ୍ଠାନର ଲୋଗୋ ଏବଂ ଟି-ଶାର୍ଟ ଉନ୍ମୋଚିତ ହେବା ସହ ସଦସ୍ୟମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପଦେଷ୍ଟା: ଧୀରେନ କୁମାର ସ୍ୱାଇଁ ଓ ସଂଜୀବ କୁମାର ପାତ୍ର, ସଭାପତି: ପୁରୁଷୋତ୍ତମ ମହାପାତ୍ର, କାର୍ଯ୍ୟକାରୀ ସଭାପତି: ଦଣ୍ଡପାଣି ପ୍ରଧାନ,ଉପସଭାପତି: ସୁନିଲ କୁମାର କର, ସମ୍ପାଦକ: ବିଶିଷ୍ଟ ସାମ୍ବାଦିକ (ଶାସକ ପ୍ରଶାସକ) ଉଦୟନାଥ ପଣ୍ଡା, ଯୁଗ୍ମ ସମ୍ପାଦକ: ହରି ସିଂହ, କୋଷାଧ୍ୟକ୍ଷ: ଡାକ୍ତର ତ୍ରିଲୋଚନ ଜେନା ପ୍ରମୂଖ ଉପସ୍ଥିତ ଥିଲେ।
ଏହାଛଡ଼ା ବିଶିଷ୍ଟ ସମାଜସେବୀ ଉତ୍ତମ ବେହେରା, ମନୋଜ ମିଶ୍ର ଏବଂ ଅଲେଖ କୁମାର ଦାସ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଗାମୀ ଦିନରେ ଏହି ଅନୁଷ୍ଠାନ ଅନେକ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ହାତକୁ ନେଇ ଭଞ୍ଜନଗର ଅଞ୍ଚଳର ସାମାଜିକ ସୁରକ୍ଷା ଓ ବିକାଶ ପାଇଁ ଦୃଢ଼ତାର ସହ କାର୍ଯ୍ୟ କରିବ ବୋଲି ଉକ୍ତ ଅନୁଷ୍ଠାନର ସମ୍ମାନନୀୟ କାର୍ଯ୍ୟକର୍ତ୍ତା ଗଣ ମତପ୍ରକାଶ କରିଛନ୍ତି।